Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ପକ୍ଷରୁ ୮ ଦଫା ଦାବି ପୁରଣ ପାଇଁ ବିଇଓ ଙ୍କ ଜରିଆରେ ଦାବିପତ୍ର

କୋକସରା: ଏ ଆଇ ଟି ୟୁ ସି ସହ ଅନୁବନ୍ଧିତ ଥିବା ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ ପକ୍ଷରୁ ୮ ଦଫା ଦାବି ପୁରଣ ଉଦ୍ଦେଶ୍ୟ ରେ ଗୁରୁବାର କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ନିଖିଳ ଓଡିଶା ଏମଡିଏମ ପାଚିକା ସଙ୍ଘ ର ରାଜ୍ୟ ଉପ ସଭାପତି ଅକ୍ଷୟ କୁମାର ମେହେର ଙ୍କ ନେତୃତ୍ବରେ କୋକସରା ବ୍ଲକ ରେ କାର୍ଯ୍ୟରତ ଶତାଧିକ ପାଚିକା ସହାୟିକା ସଙ୍ଘ ର କର୍ମକର୍ତ୍ତା ମାନେ କୋକସରା ସହର କଲେଜ ଛକ ରୁ ଏକ ଶୋଭାଯାତ୍ରାରେ ବାହାରି ଦାବି ସମ୍ବଳିତ ନାରାବାଜି କରି କୋକସରା ସହର ପରିକ୍ରମା କରି ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସାଧାରଣ ସଭା ରେ ନିଜର ଦାବି ଉପସ୍ଥାପନ କରିଥିଲେ ଓ ପରେ ବିଇଓ ଙ୍କ ଅନୁପସ୍ଥିତ କାରଣରୁ ଏବିଇଓ ତୋଫାନ ମାଝୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ସର

କାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି,ବକେୟା ୨୮ ମାସ ର ପ୍ରାପ୍ତ ପ୍ରଦାନ, ବର୍ଷ କୁ ୨ ହଳ ଶାଢ଼ୀ, ୧୦ ମାସ ବଦଳ ରେ ୧୨ ମାସ ର ପ୍ରାପ୍ତ ପ୍ରଦାନ କରାଯାଉ, ବାହାର କରା ଯାଇଥିବା ପାଚିକା ସହାୟିକା ଙ୍କୁ ପୁନଃ ଥଇଥାନ,୬୦ ବର୍ଷ ପରେ ଛଟେଇ ସହାୟିକା ଙ୍କୁ ଅଵସର କାଳୀନ ସହାୟତା ପ୍ରଦାନ, ସ୍କୁଲ ରେ ଛାତ୍ରଛାତ୍ରୀ ସଂଖ୍ୟା ଭିତ୍ତି ରେ ପାଚିକା ଙ୍କୁ ନିଯୁକ୍ତି ଓ ପାଚିକା ଙ୍କୁ ବାର୍ଷିକ ୧୫ ଦିନ ଛୁଟି ମଞ୍ଜୁର କରିବା ଭଳି ଦାବି ପ୍ରମୁଖ ରହିଛି। ଯଦି ରାଜ୍ୟ ସରକାର ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦାବି ପୁରଣ ନ କରନ୍ତି ତାହେଲେ ସଙ୍ଘ ପକ୍ଷରୁ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି। ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ରେ ପାଚିକା ସଙ୍ଘ ର ବ୍ଲକ ସଭାପତି ହୋମ ନାଏକ, ଉପ ସଭାପତି ରିକିରାମ ଭାଟି, ସମ୍ପାଦିକା ସେବତି ତାଣ୍ଡି, ସହ ସମ୍ପାଦିକା ଡାଲିମ୍ବ ଲହଜଳ, ଲୀଳାନ୍ଧରି ବାଗ,କୁନି ରଣା, ଜାନକୀ ଭୋଇ,ଅମ୍ବିକା ମାଝୀ, ରୁକୁ ମାଝୀ, ତୁଲାରାମ ବାଗ,ମୁରଲୀ ନାଏକ ଓ ଶତାଧିକ ଏମଡିଏମ ପାଚିକା ସାହାୟିକା ସଙ୍ଘ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।