Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

* ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ* ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ

ବାଲିଗୁଡ଼ା, ତା, ୩୦/୯:(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ୱାଭାବିକ ଭାବେ ଜନଜୀବନ ଚାଲିଥିବା ବେଳେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା। ଏଥିସହ ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା। ବାଲିଗୁଡ଼ା ସହରର ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ସାଧାରଣ ଦିନ ଭଳି ଦେଖିବାକୁ ମିଳିଥିଲା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠାନରେ ମଧ୍ୟ କାର୍ଯ୍ୟକଳାପ ଜାରି ରହିଥିଲା। ବନ୍ଦ ପାଳନ ପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ଭାବେ ଏହାକୁ ବ୍ୟାପକ ସମର୍ଥନ ମିଳିନଥିବା ଦେଖାଯାଇଥିଲା। ଫଳରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକ ବାଲିଗୁଡ଼ା ରେ ପ୍ରାୟତଃ ପ୍ରଭାବହୀନ ରହିଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories