Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ପୂର୍ବତନ ସଭାପତି ପ୍ରଦୀପ ବେହେରାଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା।

କଳାହାଣ୍ଡି,୩୦/୦୯
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ବିଶିଷ୍ଟ ରାଜନେତା ପ୍ରଦୀପ ବେହେରାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ପୁଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
​ସୂଚନା ଅନୁଯାୟୀ, ଶ୍ରୀ ବେହେରା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
​ଶ୍ରୀ ବେହେରା ଅଞ୍ଚଳରେ ଜଣେ କୁଶଳୀ ରାଜନୈତିକ ଚାଣକ୍ୟ ଭାବେ ବେଶ୍ ଜଣାଶୁଣା ଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସେ ଅତ୍ୟନ୍ତ ଅନୁଗତ ତଥା ବିଶ୍ୱସ୍ତ ଥିଲେ। ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ, ପ୍ରତ୍ୟେକ ନିର୍ବାଚନୀ ରଣନୀତି ପ୍ରସ୍ତୁତି ଓ ପରିଚାଳନାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହୁଥିଲା।
​୩୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣାରୁ ତାଙ୍କ ମରଶରୀର କଲମପୁର ବ୍ଲକ ଅନ୍ତର୍ଗତ ପୈତୃକ ଗ୍ରାମ ମଣ୍ଡଳରେ ପହଞ୍ଚିଥିଲା। ମରଶରୀର ଗ୍ରାମରେ ପହଞ୍ଚିବା ପରେ ପରିବାର ଲୋକ, ଆତ୍ମୀୟସ୍ୱଜନ ଏବଂ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍ନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ଭାଇ ଦିଲୀପ ବେହେରା ଓ ପୁଅ ଓମ୍ ବେହେରା ମୁଖାଗ୍ନି ଦେଇଥିଲେ।
​ଶେଷକୃତ୍ୟ ସମୟରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସାମ୍ବାଦିକ ଦୀପକ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନ, ଧର୍ମଗଡ଼ ଏନଏସି (NAC) ଅଧ୍ୟକ୍ଷ, ଅଶୋକ କୁମାର ମହାନ୍ତି,କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ଭାଇ ସଞ୍ଜୀବ ବେହେରା, ଗଣେଶ ସାହୁ ଚକ୍ରଧର ନାଏକ, ରବୀନ୍ଦ୍ର ମିଶ୍ର, ଗଣେଶ ରାମ ବାଗ ପୁର୍ଣ୍ଣ ପ୍ରଧାନୀ ଭବାନୀ ବେହେରା କୋକସରା ବିଜେଡି ସଭାପତି ସୁଶାନ୍ତ ପ୍ରଧାନୀ ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କ ସମେତ ଆଖପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଶୋକାକୁଳ ଜନସାଧାରଣ ଉପସ୍ଥିତ ରହି ଶେଷ ବିଦାୟ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ