କୋକସରା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ।
କଳାହାଣ୍ଡି,୦୧/୧୦
ଆଜି ହେଉଛି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ, ରାଜ୍ୟ ସରକାର ଙ୍କ ପକ୍ଷରୁ ଏହି ଦିବସ ପାଳନ କରିବାକୁ ସମସ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନିକ କୁ ନିର୍ଦ୍ଦେଶ ରହିଥିବା ବେଳେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଭାଗୃହ ରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ସିଟିଜେନ ଫୋରମ ର ବରିଷ୍ଠ ନାଗରିକ ବ୍ୟୋମକେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟଵକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପେନସନ ଗ୍ରାହୀ ସଙ୍ଘ ର ସଭାପତି ଲକ୍ଷ୍ମଣ ଶବର,ଗରୁଡଧ୍ଵଜ ମାଝୀ,ତ୍ରିନାଥ ଠାକୁର ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏହି ପ୍ରୟାସ କୁ ସାଧୁବାଦ ଜଣାଇଥିଲେ। ଏହାସହ ବରିଷ୍ଠ ନାଗରିକ ଙ୍କ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ ବରିଷ୍ଠ ନାଗରିକ ଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପଶମ ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଫିଜିଓ ଥେରାପି ୟୁନିଟ କାର୍ଯ୍ୟକ୍ଷମ କରିବାକୁ ବ୍ଲକ ପ୍ରଶାସନ ଜରିଆରେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ୧୫ ଜଣ ନୂତନ ପେନସନ ହିତାଧିକାରୀ ଙ୍କୁ ବରିଷ୍ଠ ନାଗରିକ ଙ୍କ ହାତରୁ ନୂତନ ପେନସନ ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ମୁକ୍ତେଶ୍ଵର ପଟ୍ଟନାୟକ,ନାରାୟଣ ପଟ୍ଟନାୟକ, ଜୟଲାଲ ନାଏକ,ବ୍ୟୋମକେଶ ସାହୁ, ଗୁଣନିଧି ବାଗ,ଗଣେଶ ସତନାମୀ ସହଦେଵ ନେଗି,ବାହାଦୂର ମାଝୀ ପ୍ରମୁଖ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।ପରିଶେଷରେ ବ୍ଲକ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମାନେ ବୃକ୍ଷ ରୋପଣ କରିଥିଲେ।

