Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ର ସମସ୍ୟା ନେଇ ପରିଚାଳନା କମିଟି ପକ୍ଷରୁ ବିଡ଼ିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୦୧/୧୦
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଆମପାଣି ସ୍ଥିତ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଗୁରୁବାର ବିଦ୍ୟାଳୟ ପରିଚଳନା କମିଟିର ସଦସ୍ୟ ମାନେ କୋକସରା ବିଡ଼ିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ ସହ ଶୀଘ୍ର ବିଦ୍ୟାଳୟ ରେ ରହିଥିବା ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମୋଟ ୬୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ପାଇଁ ଶ୍ରେଣୀ ଗୃହ କୁ ଯିବା ରାସ୍ତା ନିର୍ମାଣ, ପାନୀୟ ଜଳ,ଶୌଚାଳୟ ମରାମତି,ଖେଳ ପଡିଆ ର ଉନ୍ନତି କରଣ,ବିଦ୍ୟାଳୟ ଜାଗା ଜବରଦଖଲ ଭଳି ସମସ୍ୟା ରହିଥିବା ନେଇ ଅଭିଯୋଗ ନେଇ ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁଁ ସହକାରୀ ଯନ୍ତ୍ରୀ ଏହେମ୍ମଦ ସଫିକ ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ହେମନ୍ତ ନାଏକ, ଗୁପ୍ତେଶ୍ଵର ବାଗ,ରାମଚନ୍ଦ୍ର ଧଙ୍ଗଡା ମାଝୀ,ଗଙ୍ଗା ମଙ୍ଗରାଜ, ହାତିରାମ ନାଏକ,ସନ୍ତୋଷ ସାହୁ,କୁନ୍ତି ରାଉତ,ନିରାଶ ମାଝୀ,ଧନମତି ପୂଝାରି,କବିତା ସାହୁ, ଜାନକୀ ଶର୍ମା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ