Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ODI World Cup 2027: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ଟକ୍କର, ଆଇସିସି ଘୋଷଣା କଲା ବିଶ୍ୱକପ୍‌ ସୂଚୀ

ନୂଆଦିଲ୍ଲୀ: ODI World Cup 2027: ଆସନ୍ତା ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍‌ର ସୂଚୀ ଆଇସିସି ଗୁରୁବାର, ଅକ୍ଟୋବର ୧ରେ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମିଳିତ ଭାବେ ଏହି ବଡ଼ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ। ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା ୨୦୨୭ ଅକ୍ଟୋବର ୧୦ ତାରିଖରେ ଖେଳାଯିବ।

ଏହି ବିଶ୍ୱକପ୍‌ରେ ମୋଟ ୧୪ଟି ଦଳ ଭାଗ ନେବେ। ଆଇସିସି ଦିନିକିଆ ରାଙ୍କିଙ୍ଗ୍‌ ମାଧ୍ୟମରେ ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ଯୋଗ୍ୟତା ହାସଲ କରିଛନ୍ତି। ଏହା ସହିତ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେକୁ ମଧ୍ୟ ସିଧାସଳଖ ପ୍ରବେଶ ମିଳିଛି।

ମୋଟ ୧୪ଟି ଦଳ ମଧ୍ୟରୁ ଏପର୍ଯ୍ୟନ୍ତ ୧୦ଟି ଦଳର ସ୍ଥାନ ନିଶ୍ଚିତ ହୋଇଥିବା ବେଳେ ଆଉ ୪ଟି ସ୍ଥାନ ଖାଲି ରହିଛି। ଏହି ସ୍ଥାନଗୁଡ଼ିକ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଶ୍ୱକପ୍‌ ସୂଚୀ ସାମ୍ନାକୁ ଆସିବା ପରେ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ିଥିବା ବେଳେ ଅକ୍ଟୋବର ୧୦ର ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ବିଶେଷ ନଜର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ