Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରଧାନ ଶିକ୍ଷକ ଙ୍କ ପରଲୋକ, ବିଭିନ୍ନ ମହଲ ରୁ ଶୋକ ପ୍ରକାଶ।

କଳାହାଣ୍ଡି,୦୨/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମର ଶ୍ରୀପତି ଅଗସ୍ତି(୮୧) ଙ୍କ ନିଜ ଓଲମା ସ୍ଥିତ ବାସଭବନ ରେ ଗତ ରାତିରେ ସ୍ୱର୍ଗବାସ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଅମୂଲ୍ୟ ଅଗସ୍ତି, ବୋହୁ, ନାତି ନାତୁଣି ଉପସ୍ଥିତ ଥିଲେ।ଶୁକ୍ରବାର ସକାଲେ ଆତ୍ମୀୟ ସ୍ୱଜନ, ଜ୍ଞାତି ପରିଜନ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ଅଗସ୍ତି ଜଣେ ଆଦର୍ଶ ଶିକ୍ଷକ ଭାବେ କୋକସରା ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷାଦାନ କରି ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ମଧ୍ୟ ସେ ଗ୍ରାମରେ ଧାର୍ମିକ ଅନୁଷ୍ଠାନ ସହ ଜଡିତ ରହିଥିଲେ। ଜଣେ ଧର୍ମ ପରାୟଣ, ପରୋପକାରୀ,ମେଳାପୀ,ଜ୍ଞାନିଗୁଣି ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ। ତାଙ୍କ ଶବଧାର ରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ। ଏକମାତ୍ର ପୁଅ ଅମୂଲ୍ୟ କୁମାର ଅଗସ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକ ଗମନ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ