Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହଥା ଠାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ସାରା ଦେଶରେ ନମୋ ସେବା ଗାଥା କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ଓଡ଼ିଶ ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଦ୍ଵାରା ବୀରମହାରାଜପୁର ବ୍ଲକ୍ ରେ ଗିଜିନି,ଗିଜିନି ତାକ୍ ନୃତ୍ୟ ସଙ୍ଗୀତ, ନାଟକ କଳl ପରିଷଦ ବୀରମହାରାଜପୁର ଦ୍ଵାରା ଉକ୍ତ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା l ନାଟକଟି ଆଞ୍ଚଳିକ ଭାଷାରେ ହୋଇଥିବାବେଳେ ଏହାକୁ ଅଧ୍ୟାପକ ସତ୍ୟନାରାୟଣ ଦାଶ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ l ବିଭିନ୍ନ ଭୂମିକାରେ ,କିଶୋର କୁମାର ହୋତା, ସତ୍ୟ ନାରାୟଣ ଦାଶ , ସନାତନ ନାଗ, ଶିବ ନାରାୟଣ ପଣ୍ଡା, ଘନଶ୍ୟାମ ଲୁହା, ସଚିନ ଜଗଦଲା, ସୁରୁବାବୁ ପଧାନ, ପ୍ରାଚୀ, ରିଙ୍କି ପ୍ରମୁଖ ଅଭିନୟ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ