Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୟୋତି ସଂକଳ୍ପ ଯାତ୍ରା: ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ପାଇଁ କଳାହାଣ୍ଡି ବିଜେପିର ସଂକଳ୍ପ।

କଳାହାଣ୍ଡି,୦୭/୧୦
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୨୫ ବର୍ଷର ରାଷ୍ଟ୍ର ସେବା, ତପସ୍ୟା, ପରିଶ୍ରମ ଓ ରାଷ୍ଟ୍ର ଚିନ୍ତନରୁ ପ୍ରେରଣା ନେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ମହାସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ଦେଶରେ ‘ଜ୍ୟୋତି ସଂକଳ୍ପ ଯାତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଏହି କ୍ରମରେ କଳାହାଣ୍ଡି ବିଜେପି ପକ୍ଷରୁ ଜ୍ୟୋତି ସଂକଳ୍ପ ଯାତ୍ରା ଆଜି ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ, ଆତ୍ମନିର୍ଭର, ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ମତ ଓ ଚିନ୍ତାଧାରା ପ୍ରକାଶ କରିଥିଲେ।
ଭିଡିଓ କନ୍ଫରେନ୍ସ ମାଧ୍ୟମ ରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ପ୍ରେରଣାଦାୟୀ ଅଭିଭାଷଣକୁ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନେ ଶୁଣିବା ସହ ଜିଲ୍ଲା ପ୍ରଭାରୀ ଶ୍ରୀ ଶିବାଜି ମହାନ୍ତି
ଅଭିଭାଷଣ ପରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ସହ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ପାଇଁ ଦୃଢ଼ ସଂକଳ୍ପ ପତ୍ର ପାଠ କରାଇଥିଲେ।
ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ, ବରଂ ଦେଶର ପ୍ରତ୍ୟେକ ନାଗରିକଙ୍କର ସାମୂହିକ ସଂକଳ୍ପ। ଏହି ମହା ସଂକଳ୍ପକୁ ଜନଆନ୍ଦୋଳନ ରେ ପରିଣତ କରି ବିକଶିତ ଭାରତ–୨୦୪୭ ଓ ବିକଶିତ ଓଡ଼ିଶା ଗଠନରେ ସମସ୍ତେ ନିଜର ଯୋଗଦାନ ରଖିବାକୁ ସଂକଳ୍ପବଦ୍ଧ ହୋଇଥିଲେ।
ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ,ପୂର୍ବତନ ବିଧାୟକ ଅନାମ ନାଏକ,ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ସଂତୋଷିନି ଦାସ , ରୁପେଶ୍ ଜୈନ,ବରିଷ୍ଟ ନେତା ଭାରତ ଦେଓ ,ଅଜୟ ପାଣିଗ୍ରାହୀ,ପ୍ରଶାନ୍ତ ସାହୁ ,ମନୋଜ ମେହେର ,ରମେଶ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା, ହିମାଂଶୁ ପଣ୍ଡା, ଲୋକ ନାଥ ଦୂର୍ଗା,ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବିଶି, ଶୋଭାଗିନି ପାତ୍ର, ଯୁବ ନେତା ଦିବ୍ୟ ଜ୍ୟୋତି ମୁଣ୍ଡ ,ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ଙ୍କ ସମେତ ଜିଲ୍ଲା ମିଡିଆ ସଂଯୋଜକ ନରହରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ରୁ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ବିଜେପି କର୍ମି ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ