Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Abhijit Dipke Grandmother Death: ଦିଲ୍ଲୀ ପୋଲିସ ହେପାଜତରେ ଅଭିଜିତ, ଗାଁରେ ଚିରଦିନ ପାଇଁ ଆଖି ବୁଜିଲେ ତାଙ୍କ ଜେଜେମା

ମହାରାଷ୍ଟ୍ର: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାର ସନ୍ତୁକ ପିମ୍ପ୍ରି ଗାଁରେ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଜେଜେମା ସାବିତ୍ରୀବାଇ ଶଙ୍କର ଦୀପକେଙ୍କ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସାବିତ୍ରୀବାଇଙ୍କର ପ୍ରାୟ ୮୦ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଭିଜିତ ଦୀପକେ ବର୍ତ୍ତମାନ ଦିଲ୍ଲୀ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ ତାଙ୍କ ଜେଜେମାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ତାଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ସକାଳେ ଗାଁରେ ହେବାକୁ ଯୋଜନା ରହିଛି।

ଅଭିଜିତ ଦୀପକେଙ୍କ ହେପାଜତ ଓ ତାଙ୍କ ଜେଜେମାଙ୍କ ଦେହାନ୍ତ ଖବର ଏକାସାଙ୍ଗରେ ସାମ୍ନାକୁ ଆସିଥିବାରୁ ଘଟଣାଟି ଚର୍ଚ୍ଚାରେ ରହିଛି। ତେବେ ଜେଜେମାଙ୍କ ଅନ୍ତିମ ସଂସ୍କାରରେ ଅଭିଜିତ ଯୋଗ ଦେଇପାରିବେ କି ନାହିଁ, ସେନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories