West Bengal Election Results: ନନ୍ଦୀଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ହାରିଲେ କଂଗ୍ରେସ ପ୍ରାର୍ଥୀ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗରରେ ଭୋଟ୍ ଗଣତି ଜାରି ରହିଥିବା ବେଳେ ବିଜେପି ନିଜର ଦବଦବା ଜାହିର କରିଥିବା ଖବର ସାମ୍ନାକୁ ଆସିଛି |। ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହାସିରାଣୀ ରଥ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମିଲନ ପ୍ରଧାନଙ୍କୁ ୧ ଲକ୍ଷ ୨୨ ହଜାର ୭୫୩ ଭୋଟ୍ର ବ୍ୟବଧାନରେ ପରାସ୍ତ କରିଛନ୍ତି। ନିର୍ବାଚନ କମିଶନ ଶୁକ୍ରବାର ଏହି ଫଳାଫଳ ଘୋଷଣା କରିଛନ୍ତି।
ଏହି ବିଜୟକୁ ନନ୍ଦୀଗ୍ରାମ ଉପନିର୍ବାଚନରେ ଏକ ରେକର୍ଡ ବ୍ୟବଧାନର ବିଜୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ହାସିରାଣୀ ରଥ ଓ ମିଲନ ପ୍ରଧାନଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବେଶ୍ ବଡ଼ ରହିଥିବାରୁ ଏହି ଫଳାଫଳ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।
ଅନ୍ୟପଟେ, ରେଜିନଗରରେ ମଧ୍ୟ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପିର ଅଗ୍ରଣୀକୁ ନେଇ ନଜର ରହିଛି। ତେବେ ରେଜିନଗରର ଚୂଡ଼ାନ୍ତ ଫଳାଫଳ ।ଆସିବା ପରେ ହିଁ ସେଠାରେ ବିଜେପିର ବିଜୟ ହେବ କି ନା ତାହା ସ୍ପଷ୍ଟ ହେବ |

