Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ 

ଭୁବନେଶ୍ୱର: ପଦରୁ ହଟିଲେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ରୋହିତ ପୂଜାରୀ। ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୁଜାରୀ । ଏ ନେଇ ଶୁକ୍ରବାର ସୂଚନା ଦିଆଯାଇଛି ।

ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି କାରଣରୁ ତାଙ୍କ ହାତରୁ ବିଭାଗ ଦାୟିତ୍ବ ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସୁପାରିସ କରିଥିଲେ । ଏହା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଥିବା ଜଣାପଡ଼ିଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଏବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି । ଉଲ୍ଲେଖ ଥାଉ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମସ୍ତ ବିଭାଗର ସମୀକ୍ଷା କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ