Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP Leaders Detained: ଜନ୍ତରମନ୍ତର ଯିବା ବେଳେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକାଇଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପହଞ୍ଚିବା ପରେ କକ୍‌ରୋଚ୍‌ ଜନତା ପାର୍ଟି (CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୁଲିସ ହେପାଜତକୁ ନେଇଛି। ସେମାନଙ୍କ ସହ ଦଳର ଅନ୍ୟ କିଛି କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ସେମାନେ ପ୍ରଥମେ ଜନ୍ତରମନ୍ତର ନିକଟରେ ଥିବା ଜେଡିୟୁ କାର୍ଯ୍ୟାଳୟ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଜନ୍ତରମନ୍ତର ଆଡ଼କୁ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇ ହେପାଜତକୁ ନେଇଥିଲା।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଆପତ୍ତି ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJP ପକ୍ଷରୁ ପ୍ରତିବାଦ କରାଯାଉଛି। ଏହି ପ୍ରତିବାଦ ପାଇଁ ଦଳର ନେତା ଓ କର୍ମୀମାନେ ଜନ୍ତରମନ୍ତର ଅଭିମୁଖେ ଯାଇଥିବା କୁହାଯାଉଛି। ତେବେ ଜନ୍ତରମନ୍ତରରେ ପ୍ରତିବାଦକୁ ନେଇ ନୂଆ କଟକଣା ଜାରି ହୋଇଥିବାରୁ ପୁଲିସ ସେମାନଙ୍କୁ ଅଟକାଇଥିବା ସୂଚନା ମିଳିଛି।

ଏହି ଘଟଣାରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିପାରେ ବୋଲି ଖବର ମିଳିଛି। ତେବେ ଏତଲା ରୁଜୁ ହୋଇଛି କି ନାହିଁ ଏବଂ ନେତାମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ହେପାଜତରେ ରଖାଯିବ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ