ଆମପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଳାହାଣ୍ଡି,୧୩/୧୦
ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ କଳା କୁ ପ୍ରସ୍ଫୁଟିତ ଓ ଲୋକଲୋଚନକୁ ଆଣିବା ପାଇଁ ମଞ୍ଚ ସାଜିଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ।।ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଆମପାଣି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସୋମବାର ଶିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ସୁରଭି କାର୍ଯ୍ୟକ୍ରମ ରେ ଶିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ସରାବୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ ,ସମ୍ମାନିତ ଅତିଥି ଭାବେ ଆମପାଣି ସିଆରସିସି କେଦାର ନାଏକ, ଶିକ୍ଷକ ନରେଶ କୁମାର ଭୋଇ,ପ୍ରମୋଦ କୁମାର ପୁରୋହିତ,ପରମେଶ୍ବର ପଟ୍ଟନାୟକ, ତୁଲାରାମ ମାଝୀ,ଈଶ୍ୱରୀ ପ୍ରସାଦ ଅଗସ୍ତି, ବୈଜୟନ୍ତି ଖମାରି ସୁରଭି ମଞ୍ଚ ରେ ଉପସ୍ଥିତ ଥିଲେ।
ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ର ଚଳିତ ବର୍ଷ ର ବିଷୟବସ୍ତୁ “ସମୃଦ୍ଧ ଭାଷା ସମୃଦ୍ଧ ଓଡିଶା” କୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ବିତର୍କ,ଶୃତି ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଚଗୀତ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ। ସୁରଭି ମଞ୍ଚ ସଂଯୋଜନା ପରିଚଳନା ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି କରିଥିଲେ।ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ପରବର୍ତ୍ତୀ ସମୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବେ।

