Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଶିକ୍ଷା ମଞ୍ଚରେ କଳାହାଣ୍ଡି ପୁଅ ନାରାୟଣ ଚୌଧୁରୀ ଙ୍କ ସଫଳତା, ବିଭିନ୍ନ ମହଲ ରୁ ଶୁଭେଚ୍ଛା।

କଳାହାଣ୍ଡି,୧୩/୧୦
ଗ୍ରାମର ମାଟିରୁ ଜାତୀୟ ଶିକ୍ଷା ମଞ୍ଚ ପର୍ଯ୍ୟନ୍ତ ନିଜର ଶିକ୍ଷାଗତ ପ୍ରତିଭା, ଦୃଢ଼ ଇଚ୍ଛାଶକ୍ତି ଓ ଗବେଷଣା ପ୍ରତି ନିଷ୍ଠା ବଳରେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ର ଯୁବ ଗବେଷକ ନାରାୟଣ ଚୌଧୁରୀ। ନୂଆଦିଲ୍ଲୀ ଠାରେ ଆୟୋଜିତ Elets World Education Summit India 2026 ରେ ସେ ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରତିନିଧି ଭାବେ ଯୋଗଦେଇଛନ୍ତି।
ନାରାୟଣ ଚୌଧୁରୀ ବର୍ତ୍ତମାନ ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପିଏଚ୍‌ଡି ଗବେଷଣା କରୁଛନ୍ତି। ସେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ର ଡକ୍ଟରାଲ୍ ଫେଲୋସିପ୍ ପ୍ରାପ୍ତ ଜଣେ ଯୁବ ଗବେଷକ। ଏହି ଫେଲୋସିପ୍ ତାଙ୍କର ଗବେଷଣାମୂଳକ ଯାତ୍ରାକୁ ଆଗକୁ ନେବା ସହ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଜ୍ଞାନ ସୃଷ୍ଟି ଓ ଅବଦାନ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି।
ଜଣେ ମେଧାବୀ ଗବେଷକ ଭାବେ ନାରାୟଣଙ୍କ ଲକ୍ଷ୍ୟ କେବଳ ଡିଗ୍ରୀ ହାସଲ କରିବା ନୁହେଁ, ବରଂ ଶିକ୍ଷା ଓ ଗବେଷଣାକୁ ସମାଜର ପ୍ରଗତି ସହ ଯୋଡ଼ିବା। ଶିକ୍ଷା ହେଉଛି ଏକ ସଶକ୍ତ ରାଷ୍ଟ୍ର ନିର୍ମାଣର ମୂଳଦୁଆ ଏହି ଚିନ୍ତାଧାରାକୁ ଆଧାର କରି ଜ୍ଞାନ, ଗବେଷଣା ଓ ନୂତନ ଚିନ୍ତନ ମାଧ୍ୟମରେ ଭାରତର ଭବିଷ୍ୟତ ଗଠନରେ ଅବଦାନ ରଖିବା ତାଙ୍କର ଆକାଂକ୍ଷା ରହିଥିବା କହିଛନ୍ତି।
ନାରାୟଣ ଚୌଧୁରୀ ହେଉଛନ୍ତି କୋକସରା ବ୍ଲକ୍ ଅନ୍ତର୍ଗତ ଦାବ୍ରିଗୁଡ଼ା ଗ୍ରାମର ବିଷ୍ଣୁ ଚରଣ ଚୌଧୁରୀ ଓ ମାତା ପ୍ରେମମଞ୍ଜରୀ ଚୌଧୁରୀ ଙ୍କ ପୁଅ।ନିଜ ଅଞ୍ଚଳର ମାଟି, ସଂସ୍କୃତି ଓ ପରିଚୟକୁ ସାଥୀ କରି ଜାତୀୟସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ୁଥିବା ତାଙ୍କର ଏହି ଯାତ୍ରା କଳାହାଣ୍ଡିର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ।ନାରାୟଣ ଙ୍କ ଏହି ସଫଳତା କୁ ନେଇ କଳାହାଣ୍ଡି ଓ କୋକସରା ବ୍ଲକ ଅଞ୍ଚଳ ରେ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ