Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Student Election: କଲେଜ୍‌ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ ପ୍ରକ୍ରିୟା, ୩୫୮ ଶିକ୍ଷାନୁଷ୍ଠାନରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ଭୋଟିଂ | ଛାତ୍ର ସଂସଦ ନିର୍ବାଚନ ପାଇଁ ଜାରି ରହିଛି ମତଦାନ ପ୍ରକ୍ରିୟା | ନିଜର ମନ ପସନ୍ଦର ଯୁବ ନେତା ବାଛିବା ପାଇଁ ଛାତ୍ର ଛାତ୍ରୀଙ୍କ ମନ ଭିତରେ ଅପୂର୍ବ ଉତ୍କଣ୍ଠା ଦେଖିବାକୁ ମିଳିଛି | ତେବେ ସକାଳ ୮ଟାରୁ ଆରମ୍ଭ ହୋଇ ମତଦାନ ପ୍ରକ୍ରିୟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ କଲେଜ୍‌ଗୁଡ଼ିକରେ ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କ୍ୟାମ୍ପସ୍‌ଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି।

ଚଳିତବର୍ଷ ରାଜ୍ୟର ୧୨ଟି ବିଶ୍ୱବିଦ୍ୟାଳୟ ସମେତ ମୋଟ ୩୫୮ଟି ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ଏଥିରେ ମୋଟ ୬,୮୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ। ସଭାପତି ପଦ ପାଇଁ ୮୬୬ ଜଣ, ଉପସଭାପତି ପଦ ପାଇଁ ୭୧୬ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୬୧୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ମତଦାନ କରୁଛନ୍ତି।

ମତଦାନ ଶେଷ ହେବା ପରେ ଅପରାହ୍ନ ୨ଟାରୁ ଭୋଟ୍‌ ଗଣତି ଆରମ୍ଭ କରି ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବୈଧ ପରିଚୟପତ୍ର ଥିବା ଛାତ୍ରଛାତ୍ରୀ ଓ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କୁ ହିଁ କ୍ୟାମ୍ପସ୍‌ରେ ପ୍ରବେଶ ଅନୁମତି ମିଳିବ। ଭୋଟ୍‌ ଗଣତି ସମୟରେ ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଉପସ୍ଥିତ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories