Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Netflix Layoffs 2026: ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ନେଟଫ୍ଲିକ୍ସ! ୨୦୨୨ ପରଠାରୁ ସବୁଠାରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଛି । ଏହି ଛଟେଇ କମ୍ପାନୀର ମୋଟ କର୍ମଚାରୀଙ୍କ ପ୍ରାୟ ୬ ପ୍ରତିଶତ ବୋଲି କୁହାଯାଉଛି। ଅକ୍ଟୋବର ୧୪ରେ କମ୍ପାନୀର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରେଗ୍‌ ପିଟର୍ସ ଓ ଟେଡ୍‌ ସାରାଣ୍ଡୋସ୍‌ ଏକ ଆଭ୍ୟନ୍ତରୀଣ ମେମୋ ମାଧ୍ୟମରେ କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ବିଷୟରେ ଜଣାଇଥିବା ରିପୋର୍ଟରେ କୁହାଯାଇଛି। ଯଦି ଏହି ଛଟେଇ ଯଦି ହୁଏ ତେବେ ୨୦୨୨ ପରଠାରୁ ଏହା ନେଟଫ୍ଲିକ୍ସର ସବୁଠାରୁ ବଡ଼ ଛଟେଇ ହେବ ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ, ଏହି ଛଟେଇର ପ୍ରଭାବ ମୁଖ୍ୟତଃ ପ୍ରଡକ୍ଟ, ଟେକ୍ନୋଲୋଜି, ଆଇନ ଓ ମାନବ ସମ୍ବଳ ବିଭାଗ ଉପରେ ପଡ଼ିବ। ତେବେ କମ୍ପାନୀ କହିଛି ଯେ ଏହାର ବ୍ୟବସାୟ ମଜବୁତ ରହିଛି ଏବଂ ବର୍ଷର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ଦିଗରେ ଏହା ଆଗକୁ ବଢ଼ୁଛି। ଅନ୍ୟପଟେ, ଦର୍ଶକଙ୍କ ସମୟ ପାଇଁ ୟୁଟ୍ୟୁବ୍‌, ଟିକ୍‌ଟକ୍‌ ଓ ପାରମ୍ପରିକ ମିଡିଆ କମ୍ପାନୀଗୁଡ଼ିକ ସହ ନେଟଫ୍ଲିକ୍ସର ପ୍ରତିଯୋଗିତା ବଢ଼ୁଛି। ଏହି ପରିସ୍ଥିତିରେ କମ୍ପାନୀ ସବସ୍କ୍ରିପ୍ସନ୍‌ ବ୍ୟତୀତ ବିଜ୍ଞାପନ, ଲାଇଭ୍‌ ପ୍ରୋଗ୍ରାମିଂ ଓ ଗେମିଂ କ୍ଷେତ୍ରରେ ନିଜର ବ୍ୟବସାୟ ବିସ୍ତାର କରୁଛି।

୨୦୨୫ ଶେଷ ସୁଦ୍ଧା ନେଟଫ୍ଲିକ୍ସରେ ପ୍ରାୟ ୧୬,୦୦୦ କର୍ମଚାରୀ କାମ କରୁଥିଲେ। ଏହା ପୂର୍ବରୁ ୨୦୨୨ରେ ଗ୍ରାହକ ସଂଖ୍ୟା ହ୍ରାସ ପାଇବା ପରେ କମ୍ପାନୀ ପ୍ରାୟ ୪୫୦ଟି ଚାକିରି ହଟାଇଥିଲା। ଏକ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମଥର ପାଇଁ ସେହି ସମୟରେ କମ୍ପାନୀ ଗ୍ରାହକ ହରାଇଥିବା ରିପୋର୍ଟ ହୋଇଥିଲା। ଏବେ ଆଗାମୀ ତ୍ରୈମାସିକ ଆର୍ଥିକ ରିପୋର୍ଟ ପ୍ରକାଶ ପୂର୍ବରୁ ଏହି ନୂଆ ଛଟେଇ ନିଷ୍ପତ୍ତି ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories