Supreme Court Notice to Election Commission: ବିରୋଧୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ: SIR ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିରୋଧୀ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏହି ମାମଲାରେ ନିର୍ବାଚନ କମିଶନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ମଧ୍ୟ ନୋଟିସ୍ ଦିଆଯାଇଥିବା ସୂଚନା ମିଳିଛି।
ବିରୋଧୀ ଦଳଗୁଡ଼ିକ ନିକଟରେ SIR ପ୍ରକ୍ରିୟା ଏବଂ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଆବେଦନରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ସମ୍ପୃକ୍ତ ପକ୍ଷଙ୍କ ମତ ଜାଣିବା ପାଇଁ କୋର୍ଟ ନୋଟିସ୍ ଜାରି କରିଥିବା କୁହାଯାଇଛି। ତେବେ ଆବେଦନର ସମସ୍ତ ଦାବି ଓ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଆସିନାହିଁ।
ଏହି ମାମଲାରେ କୋର୍ଟରେ ନିର୍ବାଚନ କମିଶନ ଓ ସମ୍ପୃକ୍ତ ଅଧିକାରୀମାନେ କୋର୍ଟରେ କ’ଣ ଜବାବ ରଖୁଛନ୍ତି, ତାହା ଉପରେ ଏବେ ନଜର ରହିଛି। SIR ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଙ୍କ ଆପତ୍ତି ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯିବାକୁ ଥିବା ଜବାବ ଆଗାମୀ ଶୁଣାଣିରେ ଗୁରୁତ୍ୱ ବହନ କରିବ।

