Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nirakarpur College Election: ନିରାକାରପୁର ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର, କଲେଜରେ ୧୪୪ ଧାରା ଜାରି!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଉତ୍ତେଜନା ଦେଖାଦେଇଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ବାତିଲ କରାଯାଇଥିବା ବେଳେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ କଲେଜ ପରିସରରେ ୧୪୪ ଧାରା ଜାରି ହୋଇଛି।

ନିର୍ବାଚନ ବାତିଲକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ପ୍ରତିବାଦ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବାଲୁଗାଁ ଏସ୍‌ଡିପିଓ, ନିରାକାରପୁର ଥାନା ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories