Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Peshawar School Roof Collapse: ସ୍କୁଲ ଛାତ ଭୁଶୁଡ଼ି ୨୯ ମୃତ, ମୃତକଙ୍କ ମଧ୍ୟରେ ୨୮ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରର ଦୀର କଲୋନୀ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ବଡ଼ ଅଘଟଣ ଘଟିଛି। ଗୁରୁବାର ଘଟିଥିବା ଏହି ଦୁର୍ଘଟଣାରେ ୨୮ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ନାବାଳିକା ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ଥିବା ଲେଡି ରିଡିଙ୍ଗ୍‌ ହସ୍ପିଟାଲ୍‌ (LRH) ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୩ ବର୍ଷ କିମ୍ବା ତା’ଠାରୁ କମ୍‌ ବୋଲି କୁହାଯାଇଛି।

ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କ ଚିକିତ୍ସା ପାଇଁ LRHରେ ଜରୁରୀକାଳୀନ ବ୍ୟବସ୍ଥା ଲାଗୁ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ସ୍କୁଲ ମାଲିକଙ୍କୁ ଗିରଫ କରିଛି। ତେବେ ଛାତ ଭୁଶୁଡ଼ିବାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।

ପେଶାୱାରର ଡେପୁଟି କମିଶନର ଆଫାକ୍‌ ୱାଜିର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories