Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିରେ ବୁଡି ମାଛ ଧରାଳି ଙ୍କ ମୃତ୍ୟୁ l

ଅସ୍ତରଙ୍ଗ,, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଆନା ଗ୍ରାମପଞ୍ଚାୟତ ଅଧୀନ ବଳଭଦ୍ରପୁର ଗ୍ରାମରେ ଘଟିଛି ଏକ ଅଘଟଣ l ସେହି ଗ୍ରାମର ରବୀନ୍ଦ୍ର କୁମାର ପରିଡା {୬୬}ତାଙ୍କ ଗ୍ରାମ ନିକଟରେ ଥିବା ଲୁଣା ନଦୀକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି l
ଘଟଣା ରୁ ପ୍ରକାଶ ଜେ, ସବୁଦିନ ଭଳି ରବୀନ୍ଦ୍ର ଶୁକ୍ରବାର ଦିନ ସକାଳ ସାତ ଘଟିକା ସମୟ ରେ ନିକଟ ନଦୀକୁ ମାଛ ଧରିବା ପାଇଁ ଯାଇ ଥିଲେ l ନଦୀରେ ଭଉଁରି ଜାଲ ପକାଇ ପକାଇ କିଛି ବାଟ ଆସିବା ପରେ ନଦୀ ମଝିରେ ଏକ ବାଲିଚର ଵା ଅରା ପଡିଥିଲା l ସେହି ଅରାରେ ଜାଲ ପକାଇ କିଛି ମାଛ ଧରିବା ପରେ ନଦୀରେ ଜୁଆର ହୋଇଥିଲା l ପାଣି ବଢ଼ିବାରୁ, ଜାଲ ନ ପକାଇ ଜାଲକୁ କାନ୍ଧରେ ପକାଇ ପଂହଁରି ପହଁରି ତାଙ୍କ ଘର ନିକଟ ଆର ପାରିକୁ ଯାଉଥିଲା ବେଳେ, ନଦୀର ସ୍ରୋତରେ ଜାଲ କାନ୍ଧରୁ ଖସି ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ଗୁଡେଇ ହୋଇ ପାଣିରେ ଦାବି ହୋଇ ଯାଇଥିଲା l ଜାଲ ର ଓଜନ ସହ ଅଣ୍ଟା ରେ ବନ୍ଧା ମାଛ ଖାଳଇ ଓଜନ ହେବାରୁ ପାଣିରେ ବୁଡି ଅଣ ନିଶ୍ୱାସି ହୋଇ ମୃତ୍ୟୁ ବରଣ କରି ଥିଲେ l ଅପର ପକ୍ଷରେ ରବି ଘରକୁ ନ ଫେରିବାରୁ ଘର ସହ ଗ୍ରାମ ର ଲୋକ ନଦୀ କୂଳ କୁ ଯାଇ ଖୋଜା ଖୋଜି କରବା ପରେ ଅପରାହ୍ନ ୧ଘଟିକା ସମୟ ରେ ପାଣି ଭିତରେ ମୁହଁ ମାଡି ଭାଷୁ ଥିବାର ଦେଖିବାକୁ ମିଳିଥିଲା l ଲାସ କୁ ପାଣିରୁ ଉଦ୍ଧାର କରି ପରିବାର ଲୋକ ଅସ୍ତରଙ୍ଗ ମେଡିକାଲ କୁ ଆଣିଥିଲେ l ଡ଼କ୍ଟର ରବି କୁ ମୃତ ଘୋଷଣା କରିବା ପରେ ଅସ୍ତରଙ୍ଗ ଆଇ ଆଇ ସି ବିଦିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ କରି ଶବ ପାଞ୍ଚନାମା ନିମନ୍ତେ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ