Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Suryakumar Yadav: ଦୁବାଇରେ ପ୍ରପର୍ଟି କିଣିଲେ ସୂର୍ଯ୍ୟକୁମାର ଯାଦବ, ଶାହରୁଖଙ୍କ ପ୍ରୋଜେକ୍ଟରେ ନିବେଶ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଦୁବାଇର ଏକ ଲଗ୍‌ଜୁରୀ ପ୍ରପର୍ଟି ପ୍ରୋଜେକ୍ଟରେ ନିବେଶ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ସେ Danube Propertiesର ‘The Shahrukhz by Danube’ ପ୍ରୋଜେକ୍ଟରେ ନିବେଶ କରିଛନ୍ତି। ଏହି ପ୍ରୋଜେକ୍ଟର ଡିଜାଇନ୍‌ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ କରିଥିବା କୁହାଯାଉଛି।

ଏହି ପ୍ରୋଜେକ୍ଟରେ ୪୦ରୁ ଅଧିକ ପ୍ରିମିୟମ୍‌ ସୁବିଧା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଆଧୁନିକ ଡିଜାଇନ୍‌ ଓ ଉଚ୍ଚମାନର ସୁବିଧାକୁ ନେଇ ଏହା ଦୁବାଇର ଲଗ୍‌ଜୁରୀ ରିଅଲ୍‌ ଇଷ୍ଟେଟ୍‌ ପ୍ରୋଜେକ୍ଟ ମଧ୍ୟରେ ଚର୍ଚ୍ଚାରେ ରହିଛି। ତେବେ ସୂର୍ଯ୍ୟକୁମାର କେତେ ଟଙ୍କା ନିବେଶ କରିଛନ୍ତି, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ଏହି ରିପୋର୍ଟରେ ଦିଆଯାଇନାହିଁ।

ଏହି ନିବେଶ ପରେ ସୂର୍ଯ୍ୟକୁମାର ଯାଦବ ଶାହରୁଖ ଖାନ୍‌ଙ୍କ ପଡ଼ୋଶୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କ୍ରିକେଟ୍‌ ଓ ମନୋରଞ୍ଜନ ଜଗତର ଦୁଇ ଲୋକପ୍ରିୟ ବ୍ୟକ୍ତିଙ୍କ ନାମ ଏକାଠି ଆସିବାରୁ ଏହି ପ୍ରୋଜେକ୍ଟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ