ବନ ବିଭାଗ ର ୪ଗୋଟି କରତ କଳ ଉପରେ ଚଢ଼ାଉ,
ଅସ୍ତରଙ୍ଗ,ପୁରୀ ଜିଲ୍ଲା ବନ ଖଣ୍ଡ ଅଧୀନ ,ଅସ୍ତରଙ୍ଗବନ୍ୟ ପ୍ରାଣୀ ବନାଞ୍ଚଳ ଅଧିନରେ ଚାଲୁଥିବା ୪ଟି ବେଆଇନ୍ କରତ କଳ ଉପରେ ପୁରୀ ଜିଲ୍ଲା ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ବେଆଇନ ଭାବେ ଓ ଲାଇସେନ୍ସ ବିହୀନ ଏହି କରତ କଳ ଗୁଡ଼ିକ, ଅସ୍ତରଙ୍ଗ ବ୍ଲକର ଭେଡାବନ୍ଧ ଓ କେନ୍ଦ୍ରାପଟି ରେ ଥିବା ବେଆଇନ କରତ କଳ ଏବଂ କାକଟପୁର ବ୍ଲକର ନରଣପୁର ଓ ବାଜପୁର ଠାରେ ଥିବା କରତ କଳକୁ ଅନ୍ତର୍ଭୁକ୍ତ । ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମଗର ଧାନୋଜି ରସୋ ଙ୍କ ନିର୍ଦ୍ଦେଶ କ୍ରମେ, ସକାଳୁ ସକାଳୁ ବନ ବିଭାଗ ଦ୍ଵାରା,ଚଢ଼ାଉ ଆରମ୍ଭ କରାଯାଇଥିଲା। ଯେଉଁଥିରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଏସିଏଫ୍ ନୀଳମାଧବ ସାହୁ, ସମ୍ବିତ୍ ପଣ୍ଡା ଓ ରେଞ୍ଜ ଅଫିସର ମୋନାଲିଶା ମହାପାତ୍ର , ସୁଦର୍ଶନ ଦେହୁରୀ, ଧର୍ମେନ୍ଦ୍ର ପ୍ରଧାନ, ଖେଳପ୍ରୀୟ ସାହୁଙ୍କ ସମେତ ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ସୁରକ୍ଷା ଦଳ ସହ ୧୦୦ରୁ ଅଧିକ କର୍ମଚାରୀ ସାମିଲ ଥିଲେ। ଏହି ଜବତ କାର୍ଯ୍ୟ ସମୟରେ କରତ କଳର ସମସ୍ତ ଯନ୍ତ୍ରପାତି ଯେପରିକି ବ୍ୟାଣ୍ଡସ, ଟ୍ରଲି, ହ୍ୱିଲ, ମୋଟର, ବ୍ଲେଡ୍, ବେସ୍, କାଠ ଗୁଣ୍ଡ, ସହିତ ପ୍ରାୟ ୨୨୦ ଘନଫୁଟ ମୂଲ୍ୟବାନ କାଠ ଗଣ୍ଡି ଏବଂ ପ୍ରାୟ ୨୦୦ ଘନଫୁଟ କଟା କାଠ ପଟା, କାଠ ଗୁଣ୍ଡ ବ୍ୟାଗ୍ ଜବତ କରାଯାଇଥିଲା। ଜବତ କରାଯାଇଥିବା ସମସ୍ତ ସାମଗ୍ରୀ ର ମୂଲ୍ୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହୋଇ ଥିବା ବେଳେ,ଉକ୍ତ ସାମଗ୍ରୀ ସବୁ ଟ୍ରାକ୍ଟରରେ ଲୋଡ୍ କରି ନିରାପଦ ଜିମାନିମନ୍ତେ ଟଭାଗୋରଡା ପି ଆର ଏଫ ର ମେଗା ନର୍ସରୀ ପରିସରକୁ ଅଣାଯାଇଥିଲା। ଏ ସମ୍ପର୍କରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନ ଖଣ୍ଡ ରେଞ୍ଜରେ, ୪ଟି ମାମଲା ରୁଜୁ କରା ଯାଇଥିବା ନେଇ ଅସ୍ତରଙ୍ଗ ରେଞ୍ଜ ଅଧିକାରୀ ମୋନାଲିସା ମହାପାତ୍ର ସୂଚନା ଦେଇଛନ୍ତି।

