ହିଲୁଙ୍ଗ ଗ୍ରାମ ଯମ ସବୁଦିନପାଇଁ ଚାଲିଗଲେ ଆର ପାରିକୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ନିକଟସ୍ଥ ହିଲୁଙ୍ଗ ଗାଁର ଛବି ବାରିକ (ଜମ) ଆଉ ନାହାନ୍ତି। ତାଙ୍କର ଆକସ୍ମିକ ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଦେଇଛି। ଏ ଅଞ୍ଚଳରେ ଜମ ନାମରେ ପରିଚିତ ସେ ଜଣେ ଅତି ନିରୀହ, ନିଷ୍କପଟ ଓ ସରଳ ହୃଦୟର ମଣିଷ ଭାବେ ସେ ଜଣାଶୁଣା ଥିଲେ। କଂଗ୍ରେସ ଦଳ ପ୍ରତି ତାଙ୍କର ଥିଲା ଗଭୀର ଭଲପାଇବା। ଜୀବନ ଜୀବିକା ପାଇଁ ପ୍ରଥମେ ବୀରମହାରାଜପୁର ରେ ଏବଂ ପରବର୍ତ୍ତି ସମୟରେ ଦୀର୍ଘଦିନ ଧରି ବୌଦ୍ଧ ସହରର ଏକ ହୋଟେଲରେ କାମ କରି ଆସୁଥିଲେ ଛବି ବାରିକ। ହେଲେ ହଠାତ୍ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବୌଦ୍ଧ ସହରଠାରୁ ଆରମ୍ଭ କରି ବୀରମହାରାଜପୁର ଅଞ୍ଚଳ ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି।
ଜୀବନର ଚଲାପଥରେ କିଛି ମଣିଷ ନିଜର ସରଳତା, ନିରୀହପଣ ଓ ନିଷ୍କପଟ ହୃଦୟ ଦ୍ୱାରା ଅନ୍ୟମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। (ଜମ) ଛବି ବାରିକ ମଧ୍ୟ ସେହିଭଳି ଜଣେ ମଣିଷ ଥିଲେ। ତାଙ୍କର ଅକାଳ ବିୟୋଗ ନିଶ୍ଚିତ ଭାବେ ଏକ ଅପୂରଣୀୟ କ୍ଷତି।

