Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Restaurant Fine: ଗ୍ରାହକଙ୍କ ବିନା ଅନୁମତିରେ Service Charge ନେବା ମହଙ୍ଗା ପଡ଼ିଲା, ରେଷ୍ଟୁରାଣ୍ଟକୁ ୧ ଲକ୍ଷ ଜରିମାନା

ନୂଆଦିଲ୍ଲୀ:ଗ୍ରାହକଙ୍କ ବିନା ଅନୁମତିରେ ବିଲ୍‌ରେ ସର୍ଭିସ୍‌ ଚାର୍ଜ ଯୋଡ଼ିବା ଅଭିଯୋଗରେ ନୂଆଦିଲ୍ଲୀର ଏକ ରେଷ୍ଟୁରାଣ୍ଟକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନୂଆଦିଲ୍ଲୀର ସାଙ୍ଗ୍ରି-ଲା ଇରୋସ୍‌ ହୋଟେଲ୍‌ରେ ଥିବା ‘Mr. Chai’ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ବିଲ୍‌ରେ ବାଧ୍ୟତାମୂଳକ ଭାବେ ୧୦ ପ୍ରତିଶତ ସର୍ଭିସ୍‌ ଚାର୍ଜ ଯୋଡ଼ୁଥିବା ଅଭିଯୋଗ ହୋଇଥିଲା। ଏହା ପରେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଏହି ପଦକ୍ଷେପ ନେଇଛି।

CCPA ସ୍ପଷ୍ଟ କରିଛି ଯେ ସର୍ଭିସ୍‌ ଚାର୍ଜ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ। ଏହାକୁ ବିଲ୍‌ରେ ବାଧ୍ୟତାମୂଳକ ଭାବେ ଯୋଡ଼ାଯାଇପାରିବ ନାହିଁ। ଗ୍ରାହକଙ୍କ ଅଭିଯୋଗ ପରେ ପ୍ରାଧିକରଣ ରେଷ୍ଟୁରାଣ୍ଟକୁ ଜରିମାନା ଦେବା ସହ ଆଦେଶ ମିଳିବାର ୧୫ ଦିନ ମଧ୍ୟରେ ନିୟମ ପାଳନ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।

ଅନ୍ୟପକ୍ଷରେ, ହୋଟେଲ୍‌ ପକ୍ଷରୁ କୁହାଯାଇଛି ଯେ ବିଲିଂ ପ୍ରକ୍ରିୟାର ସମୀକ୍ଷା କରାଯାଇଛି। ଏଥିସହ ୨୦୨୬ ଅକ୍ଟୋବର ୧ ତାରିଖରୁ ହୋଟେଲ୍‌ର ସମସ୍ତ ସେବାରେ ସର୍ଭିସ୍‌ ଚାର୍ଜ ନେବା ବନ୍ଦ କରାଯାଇଛି ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories