Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Wedding Photographer: ୭୦ ମିନିଟ୍‌ ବିଳମ୍ବ ପାଇଁ ଫଟୋଗ୍ରାଫରଙ୍କୁ ୩୫ ହଜାର ଟଙ୍କା ଜରିମାନା!

କର୍ଣ୍ଣାଟକ: ବିବାହ ଉତ୍ସବରେ ୭୦ ମିନିଟ୍‌ ବିଳମ୍ବରେ ପହଞ୍ଚିବା ଜଣେ ଫଟୋଗ୍ରାଫରଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ କର୍ଣ୍ଣାଟକର ଜଣେ କନ୍ୟା ଉପଭୋକ୍ତା ଆୟୋଗର ଦ୍ୱାରସ୍ଥ ହୋଇଥିଲେ। ସେ ବିବାହର ଫଟୋଗ୍ରାଫି ପାଇଁ ଜଣେ ଫଟୋଗ୍ରାଫରଙ୍କୁ ବୁକ୍‌ କରିଥିଲେ। କିନ୍ତୁ ନିଜେ ନଆସି ଫଟୋଗ୍ରାଫର ନିଜ ଟିମ୍‌କୁ ପଠାଇଥିଲେ। ଟିମ୍‌ ବିଳମ୍ବରେ ପହଞ୍ଚିବାରୁ ବରର ଆଗମନ ଓ କନ୍ୟାଙ୍କ ଶୋଭାଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ଫଟୋ ଉଠାଇବାରେ ବିଫଳ ହୋଇଥିଲା।

ଏହାକୁ ସେବାରେ ଅବହେଳା ଦର୍ଶାଇ କନ୍ୟା ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ। ମାମଲାର ବିଚାର କରି ଆୟୋଗ ଫଟୋଗ୍ରାଫି ସଂସ୍ଥାକୁ ମୋଟ ୩୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ ୨୫ ହଜାର ଟଙ୍କା କ୍ଷତିପୂରଣ ଏବଂ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ଅନ୍ତର୍ଭୁକ୍ତ।

ବିବାହ ଭଳି ଜୀବନର ଏକ ବିଶେଷ ଅବସରରେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକର ଫଟୋ ଉଠାଇବା ଫଟୋଗ୍ରାଫରଙ୍କ ଦାୟିତ୍ୱ। ଏଥିରେ ଅବହେଳା ହେଲେ ଗ୍ରାହକ ଉପଭୋକ୍ତା ଆୟୋଗରେ ଅଭିଯୋଗ କରିପାରିବେ ବୋଲି ଏହି ଘଟଣାରୁ ସ୍ପଷ୍ଟ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ