Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cheetah Death: ଚିତାବାଘ ଦେହରୁ ମିଳିଲା ୫ଟି ଗୁଳି, ଚିକିତ୍ସା ସତ୍ତ୍ୱେ ବଞ୍ଚିଲାନି KNG22

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଏକ ୧୯ ମାସର ଚିତାବାଘ KNG22ର ମୃତ୍ୟୁ ହୋଇଛି। ତା’ର ଶରୀରରୁ ୫ଟି ବନ୍ଧୁକ ଗୁଳିର ଛର୍ରା ମିଳିବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି। ଆହତ ଚିତାବାଘକୁ ବଞ୍ଚାଇବା ପାଇଁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯିବା ସହ ତା’ର ଗୁରୁତର ଚିକିତ୍ସା ଚାଲିଥିଲା। ତଥାପି ତାକୁ ବଞ୍ଚାଯାଇପାରିନାହିଁ।

ଏହି ଘଟଣାର ତଦନ୍ତ ପାଇଁ ମଧ୍ୟପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ (Special Task Force) ଗଠନ କରିଛନ୍ତି। ଚିତାବାଘଟି କିପରି ଗୁଳିମାଡ଼ର ଶିକାର ହେଲା ଏବଂ ଏହା ପଛରେ କିଏ ଅଛି, ସେନେଇ ତଦନ୍ତ କରାଯିବ।

KNG22ର ମୃତ୍ୟୁ ପରେ ଭାରତରେ ଚିତାବାଘଙ୍କ ସଂଖ୍ୟା ୫୮କୁ ଖସିଆସିଛି। ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ