Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Google News: AI Data Center ପାଇଁ ୨.୫ ଲକ୍ଷ ଗଛ କାଟିବା ଅଭିଯୋଗ, ଜଙ୍ଗଲ ଛାଡ଼ି ଗାଁମୁହାଁ ହେଲେ ଗଧିଆ!

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡରେ ଡାଟା ସେଣ୍ଟର ନିର୍ମାଣ ପାଇଁ ପ୍ରାୟ ୨ ଲକ୍ଷ ୫୦ ହଜାର ଗଛ କଟାଯାଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ଦି ଗାର୍ଡିଆନ୍‌’ର ରିପୋର୍ଟ ଅନୁସାରେ, ଉତ୍ତର ଫିନଲ୍ୟାଣ୍ଡର ମୁହୋସ୍‌ ଅଞ୍ଚଳରେ ଗୁଗୁଲ୍‌ର ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ପ୍ରାୟ ୩୩୦ ହେକ୍ଟର ବା ୮୧୫ ଏକର ଜଙ୍ଗଲ ସଫା କରାଯାଇଛି। ଆବଶ୍ୟକ ପରିବେଶଗତ ପ୍ରଭାବ ଆକଳନ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ ଗୁଗୁଲ୍‌ର କୃତ୍ରିମ ବୁଦ୍ଧିମତ୍ତା (AI) ଭିତ୍ତିଭୂମି ସମ୍ପ୍ରସାରଣର ଅଂଶ।

ଗଛ କଟାଯିବା ପରେ ଅଞ୍ଚଳରେ ବିଶାଳ କାଦୁଅମୟ ଜମି ରହିଯାଇଥିବା ବେଳେ ସ୍ଥାନୀୟ ଲୋକେ ପରିବେଶ ଓ ବନ୍ୟଜନ୍ତୁଙ୍କ ଉପରେ ଏହାର ପ୍ରଭାବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁଙ୍କ ଆବାସସ୍ଥଳ ନଷ୍ଟ ହେବା ପରେ ଗଧିଆମାନେ ନିକଟସ୍ଥ ଗାଁକୁ ଚାଲିଆସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହା ସହ ନିର୍ମାଣ କାର୍ଯ୍ୟର ଶବ୍ଦ ଓ ଜଳ ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

ଏହି ଘଟଣା ପରେ ଫିନଲ୍ୟାଣ୍ଡର କର୍ତ୍ତୃପକ୍ଷ ମୁହୋସ୍‌ ଓ କାଜାନି ଅଞ୍ଚଳରେ ଗୁଗୁଲ୍‌ର ଦୁଇଟି ଡାଟା ସେଣ୍ଟର ପ୍ରକଳ୍ପର ପ୍ରସ୍ତୁତିମୂଳକ କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଗୁଲ୍‌ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ତତ୍କାଳୀନ ଆଇନଗତ ବୁଝାମଣା ଅନୁସାରେ କାମ କରିଥିଲା ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବ। ଏଥିସହ ମୁହୋସ୍‌ ଅଞ୍ଚଳରେ ୧୩୦ ହେକ୍ଟର ଜମିରେ ଗଛ ଲଗାଇବା ଯୋଜନା ଥିବା ମଧ୍ୟ କମ୍ପାନୀ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ