Jamnagar Liquor Destruction: ବୁଲଡୋଜର ଚଢ଼ାଇ ନଷ୍ଟ କରାଗଲା ୧୫ ହଜାରରୁ ଅଧିକ ମଦ ବୋତଲ, ମୂଲ୍ୟ ୭୫ ଲକ୍ଷରୁ ଅଧିକ
ଗୁଜରାଟ: ଗୁଜରାଟର ଜାମନଗରରେ ଅବୈଧ ମଦ ବିରୋଧରେ ପୁଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ସିଟି-ଏ, ସିଟି-ବି ଏବଂ ସିଟି-ସି ଡିଭିଜନ ପୁଲିସ ପକ୍ଷରୁ ଜବତ କରାଯାଇଥିବା ୧୫ ହଜାରରୁ ଅଧିକ ମଦ ବୋତଲକୁ ବୁଲଡୋଜର ଚଢ଼ାଇ ନଷ୍ଟ କରାଯାଇଛି। ଏହି ମଦର ମୂଲ୍ୟ ୭୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ଅବୈଧ ମଦ କାରବାର ବିରୋଧରେ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଏହି ମଦ ଜବତ ହୋଇଥିଲା। ପରେ କୋର୍ଟଙ୍କ ଆଦେଶ ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ ଜବତ ମଦକୁ ନଷ୍ଟ କରାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଅବୈଧ ମଦ କାରବାର ଉପରେ ରୋକ୍ ଲଗାଇବାକୁ ପୁଲିସ ପ୍ରୟାସ କରିଛି। ଜବତ ମଦକୁ ନଷ୍ଟ କରିବା ସମୟରେ ଆଇନଗତ ନିୟମ ପାଳନ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

