Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Future Retail Fraud Case: ୯୦୪ କୋଟିର ବ୍ୟାଙ୍କ ଠକେଇ ମାମଲାରେ ଫସିଲେ କିଶୋର ବିୟାନୀ, CBI ରୁଜୁ କଲା ମାମଲା

ନୂଆଦିଲ୍ଲୀ: ଫ୍ୟୁଚର ରିଟେଲ୍‌ର ପ୍ରତିଷ୍ଠାତା କିଶୋର ବିୟାନୀଙ୍କ ନାଁରେ ୯୦୪.୩୨ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ଆସିଛି। ଏହି ମାମଲାରେ ସିବିଆଇ କିଶୋର ବିୟାନୀ, ତାଙ୍କ ଭାଇ ରାକେଶ ବିୟାନୀ, ଫ୍ୟୁଚର ରିଟେଲ୍‌ ଏବଂ ଅନ୍ୟ କେତେକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁସାରେ, ଏସ୍‌ବିଆଇ ଏବଂ ଅନ୍ୟ ୯ଟି ବ୍ୟାଙ୍କର ଏକ ଗୋଷ୍ଠୀଠାରୁ ବିଭିନ୍ନ ଋଣ ସୁବିଧା ହାସଲ କରିବା ପାଇଁ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଠକେଇ କରିଥିଲେ। ଏଥିରେ ୱାର୍କିଂ କ୍ୟାପିଟାଲ୍‌, ଟର୍ମ ଲୋନ୍‌ ଏବଂ ଲେଟର ଅଫ୍‌ କ୍ରେଡିଟ୍‌ ଭଳି ଆର୍ଥିକ ସୁବିଧା ସାମିଲ ରହିଛି।

ଏହି ମାମଲାରେ ଟଙ୍କା କାରବାରରେ ଅନିୟମିତତା ହୋଇଛି କି ନାହିଁ ଏବଂ ଋଣ ନିଆଯାଇଥିବା ଅର୍ଥର ଅପବ୍ୟବହାର କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି କି ନାହିଁ, ସେନେଇ ସିବିଆଇ ତଦନ୍ତ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ