Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାତୁରପେଟ ରେ ରାଜ୍ୟ ସ୍ତରୀୟ ମା ପନ୍ଥେଇ ବୁଢୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଲାତୁରପେଟ ମାଁ ପନ୍ଥେଇ ବୁଢ଼ୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶନିବାର ଉଦ୍ଦଘାଟନ କହିଥିଲେ l ପ୍ରଥମ ମ୍ୟାଚରେ ବୀରମହାରାଜପୁରକୁ ୧-୦ ଗୋଲରେ ହରାଇ ବଲାଙ୍ଗୀର ବିଜୟୀ ହେଇଥିଲେ l ଦ୍ୱିତୀୟ ମ୍ୟାଚରେ ବରଗଡ଼କୁ ହରାଇ ୨-୦ଗୋଲ ରେ ବୌଦ ବିଜୟୀ, ତୃତୀୟ ମ୍ୟାଚ୍ ରେ ସମ୍ବଲପୁର ଏବଂ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଏଥିରେ ଆଠମଲ୍ଲିକ ୨-୦ ଗୋଲ୍ ରେବିଜୟୀ ହୋଇଥଲା l ସେହିପରି ଚତୁର୍ଥ ମ୍ୟାଚ ସମ୍ବଲପୁର ଏବଂ ସୋନପୁର୍ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଏଥିରେ ସମ୍ବଲପୁର ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି l ଉକ୍ତ ମ୍ୟାଚ୍ ରେ ଅତିଥି ଭାବରେ ନାରାୟଣ ଲୁହା, ପ୍ରକାଶ ଲୁହା, ସତ୍ୟ ନାରାୟଣ ମହାକୁର, ଅଶୋକ ମହାକୁର, ଅରବିନ୍ଦ ଛତିରିଆ , ସୁରୁ ନାରାୟଣ ମହାକୁର, କାହୁଁ ମହାକୁର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ରବିବାର (୮/୧୧/୨୦୨୬) ଦିନ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ