Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଲୁକା କଳାରେ ଷ୍ଟପ ସୁପରଷ୍ଟିସନ

ବାଲେଶ୍ଵର: ବାହାନଗା ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ମାନଙ୍କ ମରଶରୀର ବାହାନଗା ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିଲା l ଖରାଛୁଟି ପରେ ସ୍କୁଲ ଖୋଲିବ l ଉକ୍ତ ଗାଁ ଲୋକଙ୍କ ମଧ୍ୟରେ ଭୁତ ଭୟ ଥିବାରୁ ବର୍ତ୍ତମାନ ସରକାର ଉକ୍ତ ସ୍କୁଲକୁ ଭାଙ୍ଗି ନୂତନ ସ୍କୁଲ ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି l ଅନ୍ଧ ବିଶ୍ୱାସକୁ ସରକାରୀ ସ୍ୱୀକୃତି ପ୍ରଦାନ କରାଯିବା ବିରୋଧରେ କର୍ଲାମୁଣ୍ଡା ବ୍ଲକର ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଏକ ନିଆରା ବାଲୁକା କଳା “ଷ୍ଟପ ସୁପରଷ୍ଟିସନ” “(STOP SUPERSTITION “) ନିର୍ମାଣ କରି ଛାତ୍ର ଛାତ୍ରୀ ମାନଙ୍କୁ କୌଣସି ପ୍ରକାର ଭୁତ ପ୍ରେତର ଭୟ ମନରେ ନରଖି ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀରେ ଆଗେଇଯିବା ସହ ସମସ୍ତ ପ୍ରକାର ଅନ୍ଧବିଶ୍ୱାସ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି l