Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Supreme Court Divorce Ruling: ବିଦେଶରେ ଛାଡ଼ପତ୍ର ପାଇଲେ ବି ଭାରତରେ ରହିବ ପ୍ରଥମ ବିବାହର ମାନ୍ୟତା, ଦ୍ୱିତୀୟ ବିବାହ କଲେ ହୋଇପାରେ ମାମଲା

ନୂଆଦିଲ୍ଲୀ: ଭାରତରେ ହୋଇଥିବା ବିବାହ କ୍ଷେତ୍ରରେ ବିଦେଶୀ ଆଇନର ସାହାଯ୍ୟ ନେଇ ଛାଡ଼ପତ୍ର ହାସଲ କଲେ ଭାରତରେ ସେହି ବିବାହ ଆପେଆପେ ଶେଷ ହୋଇପାରିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ଆଇନରେ ମାନ୍ୟତା ନଥିବା ଛାଡ଼ପତ୍ରର ଆଧାରକୁ ବିଦେଶୀ ଅଦାଲତରେ ବ୍ୟବହାର କରି ବିବାହ ବିଚ୍ଛେଦ କରିବାକୁ କୋର୍ଟ ଠିକ୍ ଭାବେ ଗ୍ରହଣ କରିନାହାନ୍ତି ।

ସୁପ୍ରିମକୋର୍ଟଙ୍କ ମତରେ, ଭାରତୀୟ ଆଇନ ଅନୁସାରେ ଯଦି ବିଦେଶୀ ଅଦାଲତର ଛାଡ଼ପତ୍ର ରାୟ ମାନ୍ୟତା ପାଉନାହିଁ, ତେବେ ଭାରତରେ ପ୍ରଥମ ବିବାହ ଆଇନଗତ ଭାବେ ବଳବତ୍ତର ରହିବ। ତେଣୁ ଏପରି ସ୍ଥିତିରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କଲେ ତାଙ୍କ ବିରୋଧରେ ଦ୍ଵିତୀୟ ବିବାହ ନେଇ ମାମଲା ରୁଜୁ ହୋଇପାରେ।

ଅର୍ଥାତ୍‌, ବିଦେଶୀ ଅଦାଲତରୁ ଛାଡ଼ପତ୍ର ମିଳିବା ମାତ୍ରେ ଭାରତରେ ପ୍ରଥମ ବିବାହ ଆଇନଗତ ଭାବେ ଶେଷ ହୋଇଯାଏ ନାହିଁ। ଭାରତୀୟ ଆଇନ ଅନୁସାରେ ସେହି ଛାଡ଼ପତ୍ରର ମାନ୍ୟତା ରହିଛି କି ନାହିଁ, ତାହା ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ