Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Khallikote Blast: ବିସ୍ଫୋରଣରେ ଗୁରୁତର ଦମ୍ପତି ଓ ପୁଅଙ୍କୁ ଭୁବନେଶ୍ୱର ସ୍ଥିତ AIIMS ମେଡିକାଲକୁ ସ୍ଥାନାନ୍ତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଅରବିନ୍ଦନଗର ଲେନ୍‌-୨ରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ଗୁରୁତର ହୋଇଥିବା ଗୋଟିଏ ପରିବାରର ତିନି ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ମୀରା ମହାରଣା, ତାଙ୍କ ସ୍ୱାମୀ କପିଳ ଚନ୍ଦ୍ର ମହାରଣା ଏବଂ ସାନ ପୁଅ ବିକାଶ ମହାରଣା। ବିସ୍ଫୋରଣରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ। ପ୍ରଥମେ ସମସ୍ତ ଆହତଙ୍କୁ ଖଲ୍ଲିକୋଟ ହସ୍ପିଟାଲ୍‌ ଏବଂ ପରେ ବ୍ରହ୍ମପୁର MKCG ମେଡିକାଲ୍‌କୁ ନିଆଯାଇଥିଲା। ସେଠାରେ ଗୁରୁତର ତିନି ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ସେମାନଙ୍କୁ AIIMS ପଠାଯାଇଛି।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ଗ୍ରୀଲ୍‌, କୁଲର, ବାଇକ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଘଟଣା ସମୟରେ ଘର ଭିତରେ ଚାରି ଜଣ ରହିଥିଲେ। ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘରର କ୍ଷୟକ୍ଷତି ଦେଖି ବିସ୍ଫୋରଣର ତୀବ୍ରତା ଅନୁମାନ କରାଯାଉଛି।

ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘର ଭିତରେ କୌଣସି ବିସ୍ଫୋରକ ସାମଗ୍ରୀ ଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories