Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

AAP Threat: ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ, ୭ କୋଟି ଟଙ୍କା ମାଗିଥିବା ଅଭିଯୋଗ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP) ବିଧାୟକ ଜର୍ନେଲ ସିଂହ ଗୁରୁବାର ଅଭିଯୋଗ କରିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ହତ୍ୟା ଧମକ ଦେଇଛି। ୭ କୋଟି ଟଙ୍କା ବଟି ନଦେଲେ ଉଭୟଙ୍କୁ ହତ୍ୟା କରାଯିବ ବୋଲି ଫୋନ୍‌ରେ ଧମକ ଦିଆଯାଇଥିବା ସେ କହିଛନ୍ତି।

ଦିଲ୍ଲୀର ତିଳକ ନଗର ଆସନର ବିଧାୟକ ଜର୍ନେଲ ସିଂହ ମଧ୍ୟ ନିଜେ ଧମକପୂର୍ଣ୍ଣ ଫୋନ୍ କଲ୍ ଓ ହ୍ୱାଟ୍ସଆପ୍ ମେସେଜ୍ ପାଇଥିବା ଅଭିଯୋଗ କରିଛନ୍ତି। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିବା ସେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ଜର୍ନେଲ ସିଂହ ନଭେମ୍ବର ୬ ତାରିଖରେ ମୋହାଲିର ବରିଷ୍ଠ ପୋଲିସ ଅଧୀକ୍ଷକ (SSP)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ଫୋନ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ଓ ଧମକ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତେବେ ଧମକ ପଛରେ ପ୍ରକୃତରେ କାହାର ହାତ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ