Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sunita Williams: ନ୍ୟୁୟର୍କର ୧୦୭ତମ Veterans Day Paradeର ନେତୃତ୍ୱ ନେଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନ୍ୟୁୟର୍କର ୧୦୭ତମ ବାର୍ଷିକ Veterans Day Paradeରେ ଗ୍ରାଣ୍ଡ ମାର୍ଶାଲ ଭାବେ ସମ୍ମାନିତ କରାଯାଇଛି। ବୁଧବାର ମ୍ୟାନହାଟନର ଫିଫ୍ଥ ଆଭେନ୍ୟୁରେ ଆୟୋଜିତ ଏହି ବିଶାଳ ପରେଡ୍‌ରେ ପ୍ରାୟ ୨୦ ହଜାର ଲୋକ ସାମିଲ ହୋଇଥିଲେ। ସୁନୀତା ଏହି ପରେଡ୍‌ର ନେତୃତ୍ୱ ନେଇଥିଲେ।

ଅବସରପ୍ରାପ୍ତ ଆମେରିକୀୟ ନୌସେନା କ୍ୟାପଟେନ୍ ସୁନୀତା ୱିଲିୟମ୍ସ ଏହି ସମ୍ମାନକୁ ନିଜ ପାଇଁ ଅବିସ୍ମରଣୀୟ ଗୌରବ ବୋଲି କହିଛନ୍ତି। ତାଙ୍କ ମତରେ, ନୌସେନାରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ଜୀବନ ଓ ମହାକାଶ ଯାତ୍ରାକୁ ଗଭୀର ଭାବେ ପ୍ରଭାବିତ କରିଛି।

Veterans Day ଅବସରରେ ଆୟୋଜିତ ଏହି ପରେଡ୍‌ରେ ସୁନୀତାଙ୍କୁ ଗ୍ରାଣ୍ଡ ମାର୍ଶାଲ ଭାବେ ଚୟନ କରାଯିବା ତାଙ୍କର ସାମରିକ ସେବା ଓ ମହାକାଶ କ୍ଷେତ୍ରରେ ଅବଦାନକୁ ସମ୍ମାନ ଜଣାଇବାର ଏକ ଅବସର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ