Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Trump-Xi-Putin Meeting: ଗୋଟିଏ ମଞ୍ଚରେ ଏକାଠି ହେବେ ବିଶ୍ୱର ଟ୍ରମ୍ପ, ଜିନପିଙ୍ଗ ଓ ପୁଟିନ! APEC ସମ୍ମିଳନୀରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଏକ ବଡ଼ କୂଟନୈତିକ ଘଟଣା ହେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ନଭେମ୍ବର ୧୯ ତାରିଖରେ ଚୀନ୍‌ର ସେନ୍‌ଝେନ୍‌ରେ ଏକାଠି ବୈଠକ କରିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା APEC ଶିଖର ସମ୍ମିଳନୀ ଅବସରରେ ଏହି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏହି ବୈଠକ ଯୋଜନାକୁ ନିଶ୍ଚିତ କରାଯାଇଛି। ତିନି ଦେଶର ଶୀର୍ଷ ନେତାଙ୍କ ଏଭଳି ମିଳିତ ବୈଠକ ପ୍ରଥମ ଥର ପାଇଁ ହେବାକୁ ଯାଉଛି।

ଏହି ବୈଠକରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ପ୍ରସଙ୍ଗ ମୁଖ୍ୟ ଆଲୋଚନାର ବିଷୟ ହୋଇପାରେ। ଏହାସହ ଇରାନ୍‌ ଯୁଦ୍ଧ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ତିନି ନେତା ଆଲୋଚନା କରିପାରନ୍ତି। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ବୈଠକରୁ କୌଣସି ଚୁକ୍ତି କିମ୍ବା ବଡ଼ ନିଷ୍ପତ୍ତି ଘୋଷଣା ହେବାର ଆଶା ନାହିଁ। ବରଂ ଭବିଷ୍ୟତରେ ପରମାଣୁ ନିରସ୍ତ୍ରୀକରଣ ଉପରେ ଆଲୋଚନା ଆଗକୁ ବଢ଼ାଇବା ଏହାର ଉଦ୍ଦେଶ୍ୟ ରହିବ।

ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ଏସିଆ ଗସ୍ତରେ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ମଧ୍ୟ ସାମିଲ ହୋଇପାରନ୍ତି। ଆସୋସିଏଟେଡ୍‌ ପ୍ରେସ୍‌ର ରିପୋର୍ଟ ଅନୁସାରେ, ଟ୍ରମ୍ପ ତାଙ୍କ ଏସିଆ ଗସ୍ତରେ ମସ୍କଙ୍କୁ ସାଙ୍ଗରେ ନେଉଛନ୍ତି। ଏହି ତ୍ରିପାକ୍ଷିକ ବୈଠକକୁ ନେଇ ବିଶ୍ୱର କୂଟନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ