Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Empire State Building: ନ୍ୟୁୟର୍କର ଉଚ୍ଚ କୋଠା ଉପରେ ଚଢ଼ି ପ୍ରପୋଜ୍‌ କରିଥିବା ରୁଷୀୟ ଯୋଡ଼ିଙ୍କୁ ଦେଶାନ୍ତର ଆଶଙ୍କା

ନୂଆଦିଲ୍ଲୀ: ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ୍‌ ବିଲ୍ଡିଂର ଶୀର୍ଷ ଭାଗରେ ପହଞ୍ଚି ଚର୍ଚ୍ଚାକୁ ଆସିଥିବା ରୁଷୀୟ ଯୋଡ଼ି ଆଞ୍ଜେଲା ନିକୋଲାଉ ଓ ଇଭାନ୍‌ କୁଜନେତ୍ସୋଭଙ୍କୁ ଆମେରିକାରୁ ଦେଶାନ୍ତର କରାଯାଇପାରେ। ୩୩ ବର୍ଷୀୟ ଆଞ୍ଜେଲା ଓ ୩୨ ବର୍ଷୀୟ ଇଭାନ୍‌ ମସ୍କୋର ବାସିନ୍ଦା।

ଜୁଲାଇ ମାସରେ ଏହି ଯୋଡ଼ି ଉକ୍ତ ଉଚ୍ଚ କୋଠାର ଶୀର୍ଷ ଭାଗରେ ଏକ ପତାକା ପ୍ରଦର୍ଶନ କରିଥିଲେ। ସେଥିରେ ପ୍ରେମ ଓ ଶାନ୍ତି ସମ୍ପର୍କିତ ବାର୍ତ୍ତା ଲେଖାଥିଲା। ଏହାପରେ ଇଭାନ୍‌ ଆଞ୍ଜେଲାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲା।

ଫକ୍ସ ନ୍ୟୁଜ୍‌ର ଏକ ରିପୋର୍ଟ ଅନୁସାରେ, ଏହି ମାମଲାରେ ଯୋଡ଼ି ଜଣକ ଓକିଲଙ୍କ ସହ ଅଭିଯୋଜକ ପକ୍ଷର ଏକ ସମ୍ଭାବ୍ୟ ଚୁକ୍ତି ନେଇ ଆଲୋଚନା କରୁଥିଲେ। କିନ୍ତୁ ମ୍ୟାନହାଟନ୍‌ ଜିଲ୍ଲା ଆଟର୍ଣ୍ଣି କାର୍ଯ୍ୟାଳୟର ଏକ ଇମେଲ୍‌ ପରେ ସେହି ଚୁକ୍ତି ଆଗକୁ ବଢ଼ିପାରିନଥିବା ରିପୋର୍ଟରେ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ