Quad Meeting in Manila: Trump-Xi-Putin समीकरण ମଧ୍ୟରେ India ପାଇଁ କେତେ ଗୁରୁତ୍ୱ ରଖୁଛି Quad?
ମନିଲା: ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାମାନେ ମନିଲାରେ Quad ବୈଠକରେ ଏକାଠି ହେବାକୁ ଯାଉଛନ୍ତି। ହେଲେ ଏହି ବୈଠକ ପାଇଁ ମାତ୍ର ୫୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଥିବାରୁ ଆମେରିକାର Indo-Pacific ରଣନୀତିରେ Quadର ଗୁରୁତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ Quad ନେତାଙ୍କୁ ମିଳୁଥିବା ଏହି ସ୍ୱଳ୍ପ ସମୟ ଆମେରିକାର ବୈଦେଶିକ ନୀତିର ପ୍ରାଥମିକତାକୁ ନେଇ ଚର୍ଚ୍ଚା ବଢ଼ାଇଛି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ପାଇଁ ୧୦୫ ମିନିଟ୍ ସମୟ ରହିଛି।
ରଣନୀତିକ ବିଶେଷଜ୍ଞ ବ୍ରହ୍ମା ଚେଲାନୀଙ୍କ ମତରେ, ଟ୍ରମ୍ପ ପ୍ରଶାସନ ଚୀନ୍ ପ୍ରତି ଅଧିକ ନମନୀୟ ଆଭିମୁଖ୍ୟ ଗ୍ରହଣ କରୁଥିବାରୁ Quad ନିଜର ରଣନୀତିକ ଗୁରୁତ୍ୱ ହରାଉଛି। ଅନ୍ୟପକ୍ଷରେ, ରୁଷ୍ରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ମାଇକେଲ୍ ମ୍ୟାକଫଲ୍ Xରେ ମତ ଦେଇଛନ୍ତି ଯେ ଚୀନ୍ ଓ ରୁଷ୍ ରାଷ୍ଟ୍ରପତିଙ୍କ ସହ ଗୋଟିଏ ବୈଠକ ଉପରେ ଅଧିକ ଗୁରୁତ୍ୱ ନଦେଇ ଆମେରିକା ନିଜର ଗଣତାନ୍ତ୍ରିକ ସହଯୋଗୀ ଦେଶମାନଙ୍କ ସହ ସମ୍ପର୍କ ମଜବୁତ କରିବା ଉଚିତ। ଟ୍ରମ୍ପଙ୍କ ଚୀନ୍ ଓ ରୁଷ୍ ସହ ସମ୍ପର୍କର ନୂଆ ସମୀକରଣ ମଧ୍ୟରେ Indo-Pacific ରଣନୀତିରେ ଭାରତ ଓ Quadକୁ କେତେ ପ୍ରାଧାନ୍ୟ ମିଳିବ, ତାହା ଏବେ ମୁଖ୍ୟ ପ୍ରଶ୍ନ।

