Virat Kohli Test Retirement: କୋହଲିଙ୍କ ବଡ଼ ଭୁଲ୍ କହିଲେ Kapil Dev, ୧୦ ବର୍ଷ ପରେ ଅନୁତାପ କରିବେ!
ଭାରତୀୟ କ୍ରିକେଟ୍ର ମହାନ ଅଲ୍ରାଉଣ୍ଡର କପିଲ ଦେବ, ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟ୍ରୁ ଅବସର ନିଷ୍ପତ୍ତିକୁ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଭୁଲ୍ ବୋଲି କହିଛନ୍ତି। କପିଲଙ୍କ ମତରେ, କୋହଲିଙ୍କ ପାଖରେ ଏବେ ବି ଫିଟ୍ନେସ୍ ଓ ଦକ୍ଷତା ରହିଛି, ଯାହା ବଳରେ ସେ ଟେଷ୍ଟ କ୍ରିକେଟ୍ରେ ଆହୁରି ଖେଳିପାରିଥାନ୍ତେ। ଏପରିକି ତାଙ୍କ ଫିଟ୍ନେସ୍ ୨୫ ବର୍ଷୀୟ ଖେଳାଳିଙ୍କୁ ମଧ୍ୟ ଟକ୍କର ଦେଇପାରିବ ବୋଲି କପିଲ କହିଛନ୍ତି। ଏହି ନିଷ୍ପତ୍ତି ପାଇଁ କୋହଲି ୧୦ ବର୍ଷ ପରେ ଅନୁତାପ କରିପାରନ୍ତି ବୋଲି ତାଙ୍କ ମତ।
ଏହି ଅବସରରେ କପିଲ ଦେବ ପୂର୍ବତନ ଭାରତୀୟ ବ୍ୟାଟର ମହିନ୍ଦର ଅମରନାଥଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ଅମରନାଥ ବାରମ୍ବାର ନିଜ ପ୍ରଦର୍ଶନ ବଳରେ ଭାରତୀୟ ଦଳକୁ ଫେରିଥିଲେ। କପିଲଙ୍କ ମତରେ, କୋହଲିଙ୍କ ପାଖରେ ମଧ୍ୟ ଟେଷ୍ଟ କ୍ରିକେଟ୍ରେ ଆହୁରି ଅବଦାନ ରଖିବାର ସୁଯୋଗ ଥିଲା।

