Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sonia Gandhi Memoir: ମାତ୍ର ୭ ଦିନରେ ୨ ଲକ୍ଷ Copy ବିକ୍ରି, Publishing Historyରେ ନୂଆ Record

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ Belonging: A Journey of Love ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨ ଲକ୍ଷରୁ ଅଧିକ କପି ବିକ୍ରି ହୋଇ ଭାରତୀୟ ପ୍ରକାଶନ ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛି। ହାର୍ପରକଲିନ୍ସ ଇଣ୍ଡିଆର CEO ଅନନ୍ତ ପଦ୍ମନାଭନ ପୁସ୍ତକ ଉନ୍ମୋଚନ ଉତ୍ସବରେ ମଜାଳିଆ ଢଙ୍ଗରେ କହିଥିଲେ, ଭାରତରେ ଏବେ ତିନି ପ୍ରକାର ଲୋକ ଅଛନ୍ତି—ଯେଉଁମାନେ ପୁସ୍ତକ କିଣି ପଢ଼ିସାରିଛନ୍ତି, ଯେଉଁମାନେ କିଣିଛନ୍ତି କିନ୍ତୁ ପୁସ୍ତକ ପହଞ୍ଚିବାକୁ ଅପେକ୍ଷା କରିଛନ୍ତି ଏବଂ ଯେଉଁମାନେ ପଢ଼ିସାରିଛନ୍ତି କିନ୍ତୁ ସ୍ୱୀକାର କରିବାକୁ ସାହସ କରୁନାହାନ୍ତି। ତାଙ୍କ ଏହି ମନ୍ତବ୍ୟରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସମେତ ଉପସ୍ଥିତ ଅତିଥିମାନେ ହସି ଉଠିଥିଲେ।

ସୋମବାର ଦିଲ୍ଲୀର ITC Mauryaରେ ଆୟୋଜିତ ଉତ୍ସବରେ ପୁସ୍ତକଟିର ଔପଚାରିକ ଉନ୍ମୋଚନ ହୋଇଥିଲା। ଅନନ୍ତ ପଦ୍ମନାଭନଙ୍କ କହିବା ଅନୁଯାୟୀ, ଗତ ମଙ୍ଗଳବାର ସକାଳ ୧୦ଟାରେ ବିକ୍ରି ଆରମ୍ଭ ହେବା ପରଠାରୁ ଏହାର ୨ ଲକ୍ଷରୁ ଅଧିକ କପି ବିକ୍ରି ହୋଇଛି। ପ୍ରକାଶନ ଦିନ ମାତ୍ର ୧୦ ମିନିଟ୍‌ରେ ୧୫ ହଜାରରୁ ଅଧିକ କପି ପାଠକଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି। ପ୍ରଥମ ଥର ଲେଖିକା ଭାବେ ଏତେ ବଡ଼ ପ୍ରତିକ୍ରିୟା ମିଳିବ ବୋଲି ଆଶା କରିନଥିବା ସୋନିଆ ଗାନ୍ଧୀ କହିଛନ୍ତି। ଉତ୍ସବରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ବିରୋଧୀ ମେଣ୍ଟର ନେତା, ସାହିତ୍ୟିକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ପୂର୍ବରୁ ପୁସ୍ତକଟି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଦ୍ୱାରା ପ୍ରକାଶିତ ହେବାର ଯୋଜନା ଥିଲା, କିନ୍ତୁ ସମ୍ପାଦନାଗତ ପରିବର୍ତ୍ତନକୁ ନେଇ ସହମତି ନହେବାରୁ ପ୍ରକାଶନ ଦାୟିତ୍ୱ ହାର୍ପରକଲିନ୍ସ ଇଣ୍ଡିଆ ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ