Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Instagram Update: ଭାରତୀୟ Usersଙ୍କ Feedରେ ଅଶ୍ଳୀଳ ଓ ହିଂସାତ୍ମକ Content କମାଇବ Meta

ନୂଆଦିଲ୍ଲୀ: ଭାରତୀୟ ୟୁଜର୍‌ଙ୍କ ପାଇଁ Instagramର Recommendation Systemରେ ପରିବର୍ତ୍ତନ ଆଣିଛି Meta। ଏଣିକି ୟୁଜର୍‌ଙ୍କ ଫିଡ୍‌ରେ ଅଶ୍ଳୀଳ, ଉତ୍ତେଜକ, ସମ୍ବେଦନଶୀଳ ଓ ହିଂସାତ୍ମକ କଣ୍ଟେଣ୍ଟ କମ୍‌ ଦେଖାଯିବ। ୟୁଜର୍‌ମାନେ Instagram ବ୍ୟବହାର କରିବା ସମୟରେ ଏଭଳି କଣ୍ଟେଣ୍ଟର ସମ୍ମୁଖୀନ ହେବା ହ୍ରାସ କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ଫଳରେ ଭାରତୀୟ ୟୁଜର୍‌ଙ୍କ ଫିଡ୍‌ରେ କେଉଁ ପ୍ରକାରର କଣ୍ଟେଣ୍ଟ ଅଧିକ ଦେଖାଯିବ, ସେଥିରେ ପରିବର୍ତ୍ତନ ଆସିବ।

ଅନଲାଇନ୍‌ କଣ୍ଟେଣ୍ଟ ଉପରେ ସରକାରଙ୍କ କଡ଼ା ନଜର ମଧ୍ୟରେ Metaର ଏହି ପଦକ୍ଷେପ ଆସିଛି। ସୋସିଆଲ୍‌ ମିଡିଆରେ ସମ୍ବେଦନଶୀଳ ଓ ହିଂସାତ୍ମକ କଣ୍ଟେଣ୍ଟର ପ୍ରସାରକୁ ନେଇ ଚିନ୍ତା ବଢ଼ୁଥିବା ବେଳେ Instagramର ଏହି Recommendation System ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଏହାର ପ୍ରଭାବ ୟୁଜର୍‌ଙ୍କ ଫିଡ୍‌ରେ କେତେ ମାତ୍ରାରେ ପଡ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ