Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପେକ୍ସ ପକ୍ଷରୁ ଓମଫେଡ ଗ୍ରାହକ କେନ୍ଦ୍ର ଉଦଘାଟିତ।

କଳାହାଣ୍ଡି,୨୦/୧୧
ରାଜ୍ୟର ଓମଫେଡ ସଂସ୍ଥା ପକ୍ଷରୁ ନିଜର ଉତ୍ପାଦିତ ସାମଗ୍ରୀ ର ବହୁଳ ପ୍ରଚାର ପ୍ରସାର ଓ ବିକ୍ରି ପାଇଁ କୃଷି ସମବାୟ ସମିତି ଜରିଆରେ ଗ୍ରାହକ କେନ୍ଦ୍ର ର ଶୁଭାରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ଆମପାଣି କୃଷି ସମବାୟ ସମିତି ପକ୍ଷରୁ ଶୁକ୍ରବାର ଓମଫେଡ ର ସାମଗ୍ରୀ ବିକ୍ରୟ ପାଇଁ ଗ୍ରାହକ କେନ୍ଦ୍ର ର ଶୁଭ ଉଦଘାଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓମଫେଡ ବୋର୍ଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗଦେଇ କେନ୍ଦ୍ର ଉଦଘାଟନ କରିବା ସହ ଓମଫେଡ ସଂସ୍ଥା ହେଉଛି କୃଷକ ଙ୍କ ବନ୍ଧୁ, କ୍ଷୀରଚାଷି ଓ କୃଷକ ଙ୍କ ଉତ୍ପାଦିତ ସାମଗ୍ରୀ ର ବଜାର ବ୍ୟବସ୍ଥା ପାଇଁ ଏହା ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଡିଆରସିଏସ ଅଶୋକ କୁମାର ପାଣି,ଏଆରସିଏସ ସରୋଜ କୁମାର ପ୍ରଧାନ,କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଶୁଭାଶିଷ ବେଶ୍ରା,ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ,ଆମପାଣି କୃଷି ସମବାୟ ସମିତିର ସଭାନେତ୍ରୀ ତିଲୋତ୍ତମା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଆମପାଣି ପେକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ କୃଷି ସମବାୟ ସମିତିର ସଦସ୍ୟ ଗୋପିଚନ ନାଏକ,ପ୍ରଦୀପ କୁମାର ସାହୁ, ହରିଶଙ୍କର ନାଏକ,ମନୋଜ କୁମାର ଦାସ,ଫକୀର ପୁଝାରି,ଟିକିଚନ୍ଦ୍ର ଧଙ୍ଗଡା ମାଝୀ ପ୍ରସନ୍ନ କୁମାର ବାରିକ,ପଞ୍ଚାନନ ବେଶ୍ରା, ସୋନୁ ଅଗ୍ରୱାଲ, ଭିକାରୀ ଚରଣ ମାଝୀ, ନିତ୍ୟାନନ୍ଦ ମାଝୀ ଏକାମ୍ରର ନାଏକ, ଯମୁନା ମାଝୀ ସମେତ ପେକ୍ସ ର କର୍ମଚାରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ