Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ,ସାମ୍ବାଦିକ ସୁରକ୍ଷା ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ।

KALAHANDI,17/11
କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ(କେଜେୟୁ) ପକ୍ଷରୁ କୋକସରା ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡ଼ାକବଙ୍ଗଳାଠାରେ ସୋମବାର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି ଭାବେ କୋକସରା ବିଡ଼ିଓ।ଡ଼ ହିମାଞ୍ଚଳ ମାଝୀ, ମୁଖ୍ୟବକ୍ତା ଅଧ୍ୟାପକ ସଞ୍ଜୟ ପୁରୋହିତ,ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ଅଗ୍ନିଶମ ବିଭାଗ ଓଆଇସି ପ୍ରସାନ୍ତ କୁମାର ବାଘ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ କୀର୍ତ୍ତନ ନାଏକ ପ୍ରମୁଖ ଯୋଗଦେଇଥିଲେ।
କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା ସ୍ବାଗତ ଭାଷଣ ରଖିଥିଲେ। ପ୍ରଶାସନ, ରାଜନେତା ଓ ସାମ୍ବାଦିକମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖିଲେ ଅଞ୍ଚଳର ବିକାଶ ହେବା ସୁନିଶ୍ଚିତ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଙ୍ଗତ ରାଜନେତା, ପୂର୍ବତନ ମନ୍ତ୍ରୀ, ସାହିତ୍ୟିକ ତଥା ସାମ୍ବାଦିକ ରାହାସ ବିହାରି ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଆସାମ +୨ ବିଦ୍ୟାଳୟ ରେ ସାମିଲ ହୋଇଥିବା ଅଧ୍ୟାପକ ସଞ୍ଜୟ ପୁରୋହିତଙ୍କ ଲିଖିତ ଭୁଗୋଳ ବହିର ଉନ୍ମୋଚନ କରାଯାଇଥିଲା। ପରେ ଜନସେବା ପାଇଁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଅଗ୍ନିଯୋଦ୍ଧା ରାଧେଶ୍ୟାମ ପ୍ରଧାନୀ,ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଅଧ୍ୟାପକ ସଞ୍ଜୟ ପୁରୋହିତ ଓ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ହିରଣ୍ୟ ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ଜଗଦୀଶ ନାଏକ,ବିଜୟ କୁମାର ପଣ୍ଡା, ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଦେବେନ୍ଦ୍ର ସାଗର, ଦୁଷ୍ମନ୍ତ ଗହୀର, ମଙ୍ଗରାଜ ବେହେରା,ଧର୍ମେନ୍ଦ୍ର ଦାସ,କୋଦଣ୍ଡ ଦାସ, ଗଜିନ୍ଦ୍ର ନାଗ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ