Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଆଇନଜୀବୀ ଙ୍କ ଅକାଳ ବିୟୋଗ, ଅଞ୍ଚଳ ରେ ଶୋକାକୁଳ ପରିବେଶ।

କଳାହାଣ୍ଡି,୨୦/୧୧
କୋକସରା ଜେଏମଏଫସି କୋର୍ଟ ରେ ଆଇନଜୀବୀ ଥିବା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମର ଯୁବ ଆଇନଜୀବୀ ମାନସ ରଞ୍ଜନ ସିଂ (୪୭) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତ କାରଣରୁ ପରଲୋକ ଖବର କୋକସରାଗୁରୁବାର ରାତିରେ ମୃତ୍ୟୁ ବରଣ କରିଥିଲେ। ଶୁକ୍ରବାର ତାଙ୍କ ମୃତଦେହ ପୈତୃକ ଗ୍ରାମ ରେ ପହଞ୍ଚିବା ପରେ ଗାଁ ରେ ଶୋକ ର ଛାୟା ଖେଳି ଯାଇଥିଲା। ତାଙ୍କ ଶେଷ ଦର୍ଶନ କରିବାକୁ ଆତ୍ମୀୟ ସ୍ୱଜନ,ଜ୍ଞାତି କୁଟୁମ୍ବ ସମେତ ତାଙ୍କ ସହକର୍ମୀ ଆଇନଜୀବୀ ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯୁବ ଆଇନଜୀବୀ ଭାବେ ସେ ଦୀର୍ଘବର୍ଷ ହେବ କୋକସରା ଜେଏମଏଫସି କୋର୍ଟ ରେ କାର୍ଯ୍ୟ କରୁଥିଲେ। ସେ ଜଣେ ମେଳାପୀ, ପରୋପକାରୀ,ସହୃଦୟ ର ଯୁବକ ଥିଲେ। କୋର୍ଟ କୁ ମାଲି ମକଦ୍ଦମା ନେଇ ଆସୁଥିବା ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କ ଅକାଳ ବିୟୋଗ ରେ କୋକସରା ଓକିଲ ସଂଘ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି। ଗାଁ ମଶାଣି ରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ରାଜବିର ସିଂ ରାଜପୁତ ମୁଖାଗ୍ନି ଦେଇଥିଲେ। ତାଙ୍କର ଅକାଳ ବିୟୋଗ ରେ ଗାଁ ମାଟି ସ୍ତବ୍ଧ ହୋଇଯାଇଛି,ଗାଁ ମାଟି ତାଙ୍କୁ ଝୁରି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ