Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତବାସୀ ଙ୍କ ଅଭିଯୋଗ ପରେ ସରପଞ୍ଚ ଙ୍କ ଉଦ୍ୟମ ରେ ଡ୍ରେନ ସଫା କାର୍ଯ୍ୟ ଆରମ୍ଭ।

କଳାହାଣ୍ଡି,୨୦/୧୧
କୋକସରା ବ୍ଲକ ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଡୋଙ୍ଗରିଗୁଡା, ଝରିଆଗୁଡା, କାଦୋପଦର ଓ ରେଙ୍ଗାଳପାଲି ରେ ଗ୍ରାମ୍ୟ ରାସ୍ତା କଡରେ ଥିବା ଡ୍ରେନ ଗୁଡିକ ଅନେକ ଦିନ ହେବ ସଫା ନହେବା କାରଣରୁ ଅନେକ ସ୍ଥାନରେ ମାଟି ପୋତି ହୋଇ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ଡ୍ରେନ ପାଣି ନିଷ୍କାସନ ନହୋଇ ରାସ୍ତା ଉପରେ ଡ୍ରେନ ରୁ ନିଷ୍କାସିତ ଦୂଷିତ ପାଣି ବୋହୁଥିଲା ଓ ଏଥିପାଇଁ ସ୍ଥାନୀୟ ଲୋକମାନେ ଯାତାୟାତ ରେ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଏହାକୁ ନେଇ ଗ୍ରାମବାସୀ ମାନେ ସ୍ଥାନୀୟ ରେଙ୍ଗାଳପାଲି ସରପଞ୍ଚ ଶ୍ରୀମତୀ ପଦ୍ମିନୀ ପାତ୍ର ଙ୍କ ନିକଟରେ ଅଭିଯୋଗ କରିବା ପରେ ପଞ୍ଚାୟତ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ଜେସିବି ମେସିନ ଲଗାଇ ଡ୍ରେନ ସଫା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଫଳରେ ଦୀର୍ଘଦିନ ଧରି ଅବହେଳିତ ହୋଇ ପଡିଥିବା ଡ୍ରେନ ସଫା ହୋଇଛି ଓ ଲୋକଙ୍କ ଯେଉଁ ସମସ୍ୟା ଥିଲା ତାହା ର ସମାଧାନ ହୋଇଛି। ଅଭିଯୋଗ ପରେ ସରପଞ୍ଚ ଶ୍ରୀମତୀ ପାତ୍ର ଓ ପଞ୍ଚାୟତ ପିଇଓ ଯୁଗେଶ୍ୱର ବେମାଲ ଓ କର୍ମଚାରୀ ଙ୍କ ତ୍ୱରିତ ପଦକ୍ଷେପ କୁ ପଞ୍ଚାୟତବାସୀ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ