Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ଦୀନବନ୍ଧୁ ସାହାଣୀ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।

kalahandi,23/11
ଡାକ୍ତର ଦୀନବନ୍ଧୁ ସାହାଣୀ ଙ୍କ ରବିବାର ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ରେ ପରଲୋକ ଘଟିଛି।
ଡା.ଦୀନବନ୍ଧୁ ସାହାଣୀ ଜୁନାଗଡ଼ ବ୍ଲକ ଚାର ବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ କିନ୍ତୁ ତାଙ୍କ ନିକଟରେ ଥିଲା ରୋଗୀ ଙ୍କ ପାଇଁ ସେବା ସମର୍ପିତ ମନୋଭାବ, କେତେବେଳେ କୌଣସି ରୋଗୀ ଙ୍କୁ ଅଣଦେଖା କରି ନାହାନ୍ତି।ଦିନ ହେଉ ଅବା ରାତି ଯେ କୌଣସି ସମୟରେ ରୋଗୀ ଟିଏ ତାଙ୍କ ନିକଟକୁ ଆସିଲେ ତାର ଚିକିତ୍ସା ସହ ସେବା ଯତ୍ନ ଦେଇ ଆସୁଥିଲେ। ରୋଗୀ ଙ୍କ ପାଇଁ ସେ ଥିଲେ ଜଣେ ଦରଦୀ ମଣିଷ, କିନ୍ତୁ ଆଜି ସେହି ମେଳାପୀ,ପରୋପକାରୀ ଦରଦୀ ଡାକ୍ତର ଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବାପରେ ଜୁନାଗଡ଼ ଓ ଚାରବାହାଲ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।ଡାକ୍ତର ସାହାଣୀ ପୂର୍ବରୁ ଜୁନାଗଡ଼ ଓ ଚିଲଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ। ଜଣେ ଦକ୍ଷ, ଅଭିଜ୍ଞ ଓ ଉତ୍ତମ ଚିକିତ୍ସକ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ରୋଗୀଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର, ମାନବିକତା ଓ ନିଷ୍ଠାପର ଚିକିତ୍ସା ସେବା ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇପାରିଥିଲେ। ଜଣେ ଅଭିଜ୍ଞ ଓ ଲୋକପ୍ରିୟ ଡାକ୍ତରଙ୍କୁ ହରାଇ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି।ନିଜର ପ୍ରିୟ ଡାକ୍ତର ଙ୍କୁ ହରାଇ ଗାଁ ମାଟି ସ୍ତବ୍ଧ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ