Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉଙ୍କ ଲକ୍ଷ୍ମୀନାରାୟଣ (ଠିଆ କିଆ) ବେଶ ଦେଖିବାପାଇଁ ଶ୍ରଦ୍ଧାଳୁଙ୍କ ଗହଳି

ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଲୀଳାକ୍ଷେତ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଆଜି ପବିତ୍ର କାର୍ତ୍ତିକ ମାସ ଦେବ ଉତଥାପନ ବଡ଼ ଏକାଦଶୀ ଅବସରରେ ଶ୍ରୀଜିଉ ମାନଙ୍କ ଲଷ୍ମୀ ନାରାୟଣ (ଠିଆ କିଆ) ବେଶ ସମ୍ପନ୍ନ ହୋଇଯାଇଛି ।
ଆଜି ସକାଳୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ଅର୍ଘ୍ୟ, ଦ୍ୱାରପାଳ ପୂଜା, ଖେଚୁଡ଼ି ଭୋଗ ପରେ ଶ୍ରୀଜିଉମାନଙ୍କୁ ବେଶ କରାଯାଇଥିଲା । ପରେ ପରେ ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦିଆ ଯାଇଥିଲା । ବହୁ ସଂଖ୍ୟା ରେ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ । ଏ ଅବସରରେ ସକାଳୁ ଏବଂ ସନ୍ଧ୍ୟାରେ ଠାକୁରଙ୍କୁ ବହୁ ଭକ୍ତ ବଡ଼ ଆଳତି ପ୍ରଦାନ କରିଥିଲେ ।
ପବିତ୍ର କାର୍ତ୍ତିକ ପଞ୍ଚୁକ ପର୍ବ ଚାଲିଥିବା ବେଳେ ବହୁ ସଂଖ୍ୟାରେ ହବିସିଆଳି ଠାକୁରଙ୍କ ଦର୍ଶନ କରିବା ଦେଖିବାକୁ ମିଳିଥିଲା ​​। ଆସନ୍ତା ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବା ସହ ତା ୨୪. ୧୧. ୨୬ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନଙ୍କ ରାଜରାଜେଶ୍ଵର (ସୁନା) ବେଶ ଅନୁଷ୍ଠିତ ହେବ । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ପୂଜକ ଗୁଣାକର ପଣ୍ଡା, ଜଗନ୍ନାଥ ହୋତା ଠାକୁରଙ୍କ ବେଶ ତଥା ନୀତି ସମ୍ପାଦନ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ