Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭା Winter Sessionର ଷଷ୍ଠ ଦିନ: Question Hourରେ 6 ବିଭାଗର ପ୍ରଶ୍ନୋତ୍ତର

ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ 6 ବିଭାଗର ପ୍ରଶ୍ନୋତ୍ତର ସହ ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ।

ଓଡ଼ିଶା ବିଧାନସଭାର ଶୀତ ଅଧିବେଶନର ଷଷ୍ଠ ଦିନରେ 6ଟି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ନଭେମ୍ବର 26ର ପ୍ରଶ୍ନକାଳରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ ଏବଂ ଯୋଜନା ଓ ସଂଯୋଜନ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠିବ।

ଗୃହରେ 2026–27 ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିବ। ଏହା ଅଧୀନରେ ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହେବ।

ଶୂନ୍ୟକାଳରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ପୂର୍ବଦିନ ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗରେ ଗୃହରେ ଜୋରଦାର ଆଲୋଚନା ହୋଇଥିଲା। ଷଷ୍ଠ ଦିନରେ ମଧ୍ୟ ଗୃହ ସରଗରମ ରହିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ