Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଟାମାଟି କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ।

କଳାହାଣ୍ଡି,୨୭/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଦାଦନ ମୃତ୍ୟୁ ଯେମିତି ଅଭିଶପ୍ତ ପାଲଟିଛି। ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ ଭିଟାମାଟି କୁ ଶୁକ୍ରବାର ଫେରିଛି।ରାଜ୍ୟ ବାହାର କୁ ପେଟପାଟଣା ପାଇଁ କାମ ଅନ୍ବେଷଣରେ ଦାଦନ ଖଟିବାକୁ ଯାଇଥିବା କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ର ତ୍ରିଲୋଚନ ମହାନନ୍ଦ (୩୬) ଙ୍କ ମୃତ୍ୟୁ ପରେ ଏକ ଆମ୍ବୁଲାନ୍ସ ରେ ଶୁକ୍ରବାର ଶବ ଗାଁ କୁ ଫେରିଛି। ସେ ଗତ କିଛି ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ କୌଣସି ଏକ ଠିକା ସଂସ୍ଥା କମ୍ପାନୀ ରେ ନିୟୋଜିତ ଥିଲେ।ତେବେ ଗତକିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ନିଜ ଭଡା ଘରେ ରହୁଥିଲେ। ତେବେ ଦୀର୍ଘ ସମୟ ଧରି ଘର କବାଟ ନ ଫିଟିବାରୁ ଘର ମାଲିକ କବାଟ ଫିଟାଇବାରୁ ତ୍ରିଲୋଚନ ଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା।ଏନେଇ ଘର ମାଲିକ ସ୍ଥାନୀୟ ପୋଲିସ କୁ ସୂଚନା ଦେଇଥିଲେ ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନା କୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଠିକା ସଂସ୍ଥା ସହାୟତା ରେ ଏକ ଆମ୍ବୁଲାନ୍ସ ରେ ଶୁକ୍ରବାର ମୃତ ଶ୍ରମିକ ଙ୍କ ଶବ ଭିଟାମାଟି କୁ ପହଞ୍ଚିଛି। ରୋଜଗାରକ୍ଷମ ମୁରବି ଙ୍କ ମୃତ୍ୟୁ ରେ ସ୍ତ୍ରୀ ଓ ଝିଅ ମାନେ ବେସାହାରା ହୋଇ ପଡିଛନ୍ତି। ଗାଁ ମଶାଣି ରେ ଶବଦାହ କରାଯାଇଛି। ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରାଜ୍ୟ ବାହାର କୁ କାମ ଅନ୍ବେଷଣରେ ଯାଇ ମୃତ୍ୟ ହେବା ପରେ ଅସହାୟ ପରିବାର କୁ ଜିଲ୍ଲା ଶ୍ରମ ବିଭାଗ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ